ଓଡିଆନ୍ ନ୍ୟୁଜ

141

ବ୍ଲୁ ହ୍ୱେଲ ପଞ୍ଝାରେ ନର୍ସିଂ ଛାତ୍ରୀ, ବ୍ଲେଡରେ ହାତ କାଟିବା ସହ ନିଶା ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ

Team Odian News |

ବ୍ଲୁ ହ୍ୱେଲ ପଞ୍ଝାରେ ନର୍ସିଂ ଛାତ୍ରୀ, ବ୍ଲେଡରେ ହାତ କାଟିବା ସହ ନିଶା ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ
ଝାରସୁଗଡ଼ା,୨୫/୯(ଓଡ଼ିଆନ୍ ନ୍ୟୁଜ୍): କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ବ୍ଲୁ ହ୍ୱେଲ କବଳରେ ପଡିଛନ୍ତି ଛାତ୍ରୀ । ଝାରସୁଗୁଡା ଜିଲ୍ଲା ବେଲପାହାଡ ଥାନା ଅଞ୍ଚଳରେ ଜଣେ ନର୍ସିଂ ଛାତ୍ରୀ ଏହି ମାରତ୍ମକ ଅନଲାଇନ୍ ଗେମ ଖେଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଛାତ୍ରୀ ଜଣକ ବ୍ଲେଡରେ ହାତ କାଟିବା ସହ ନିଶା ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
   
ପରିବାର ଲୋକଙ୍କ କହିବା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଞ୍ଚଳର ଏକ ବେସରକାରୀ ନର୍ସିଂ କଲେଜ ଛାତ୍ରୀ ଜଣକ ପାଠ ପଢନ୍ତି। ଗତକାଲି ଦୁର୍ଗା ପୂଜା ଛୁଟିରେ ଛାତ୍ରୀ ଜଣକ ଘରକୁ ଯାଇଥିଲେ। ଆଜି ସକାଳେ ଛାତ୍ରୀ ଜଣକ ନିଶା ବଟିକା ଖାଇବା ସହିତ ବ୍ଲେଡ୍‌ରେ ହାତ କାଟି ଦେଇଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଛାତ୍ରୀ ଜଣକ ବ୍ଲୁ ହ୍ୱେଲ ଗେମ୍‌ ଖେଳୁଥିବା ସନ୍ଦେହ କରାଯାଉଛି। ବେଲପାହାଡ ପୋଲିସ ଏ ନେଇ ତଦନ୍ତ କରୁଛି।