ଓଡିଆନ୍ ନ୍ୟୁଜ

156

ଗୁମୁରି କାନ୍ଦୁଛି ସଖି କଣ୍ଢେଇ

Team Odian News |

 ଗୁମୁରି କାନ୍ଦୁଛି ସଖି କଣ୍ଢେଇ 
ଭୁବନେଶ୍ୱର,୨୦ା୧( ସରସିନୀ ସୁବୁଦ୍ଧି):ପିଢିପରେ ପିଢି ଏହି ଗାଁର ଲୋକମାନେ କେଣ୍ଡେଇ ତିଆରି ସହ ସଖି କଣ୍ଢେଇ ନୃତ୍ୟ କରି ପରିବାର ଚଳାନ୍ତି । ଏହା ସେହି ଅଞ୍ଚଳର ଏକ ପାରମ୍ପରିକ କଳା ମଧ୍ୟ, ଏହାକୁ ବଞ୍ଚାଇ ରଖିବା ପାଇଁ ସେଠାକାର କଳାକାର ମାନେ ସଂଘର୍ଷ କରୁ ଛନ୍ତି ।  ସରକାରୀ ଓ ବେସରକାରୀ ସଂସ୍ଥାର ପ୍ରୋତ୍ସାହନ ଅଭାବରୁ ଏହି କଳାଟି ଅବହେଳିତ ଅବସ୍ଥାରେ ଅସାହାୟ ହୋଇ ପଡ଼ି ରହିଛି । 
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ପ୍ରକାର ଲୋକନୃତ୍ୟ ଦେଖାଯାଇଥାଏ  । ସେଥିମଧ୍ୟରୁ କେନ୍ଦ୍ରାପଡ଼ାର ସଖି କଣ୍ଡେଇ ବା ସଖି ନାଚ ଅନ୍ୟତମ । ଏହା ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇ ପରେ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରସାର ଲଭକରିଥିଲା । ହେଲେ ଏବେ ଏହା କେବଳ କେନ୍ଦ୍ରା ପଡ଼ାର କିଛିଟି ଅଞ୍ଚଳ ଯଥା ମନ୍ତ୍ରୀପଡ଼ା ଓ ପାଳକଣାରେ ଦେଖାଯାଉଥିଲେ ହେଁ ଅନ୍ୟସବୁଠି ବିଲୁପ୍ତ ପ୍ରାୟ । ପିଢିପରେ ପିଢି ଏହି ଗାଁର ଲୋକମାନେ କେଣ୍ଡେଇ ତିଆରି ସହ ସଖି କଣ୍ଢେଇ ନୃତ୍ୟ କରି ପରିବାର ଚଳାନ୍ତି । ଏହା ସେହି ଅଞ୍ଚଳର ଏକ ପାରମ୍ପରିକ କଳା ମଧ୍ୟ, ଏହାକୁ ବଞ୍ଚାଇ ରଖିବା ପାଇଁ ସେଠାକାର କଳାକାର ମାନେ ସଂଘର୍ଷ କରୁ ଛନ୍ତି ।  ସରକାରୀ ଓ ବେସରକାରୀ ସଂସ୍ଥାର ପ୍ରୋତ୍ସାହନ ଅଭାବରୁ ଏହି କଳାଟି ଅବହେଳିତ ଅବସ୍ଥାରେ ଅସାହାୟ ହୋଇ ପଡ଼ି ରହିଛି । ଆଉ ଏହାକୁ ନିଜ ପର ପିଢିଙ୍କ ପାଖରେ ପହଁଚାଇବା ପାଇଁ ଉଦ୍ୟମ କରିଚାଲିଛନ୍ତି ଏବେ ରହିଥିବା କେଇ ଜଣ ହାତଗଣତି ବୟସ୍କ କଳାକାର ।
 କଣ୍ଢେଇ ବର୍ଣ୍ଣନା କରନ୍ତି ପୁରାଣ କଥା
ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଇଥାଏ । ମଣିଷଙ୍କ ପରି କାଠରେ ତିଆରି କଣ୍ଢେଇମାନଙ୍କୁ ସୁନ୍ଦର ଭାବରେ ସଜାଯାଇ ତାରଦ୍ୱାରା ସେଗୁଡ଼ିକୁ ସଂଯୋଗ କରାଯାଇଥାଏ । ଏହାସହ ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ଅଙ୍ଗଭଙ୍ଗୀକୁ ଜଣେବ୍ୟକ୍ତି ତାରଧରି ନିୟନ୍ତ୍ରୀତ କରିଥାନ୍ତି । ଆଗରୁ ନାଚ ଦଳର କିଛି କଳାକାର ନିଜେ ଗୀତଗାଉଥିବା ବେଳେ ଏବେ ରେକଡ଼ଂ ଗିତ ବ୍ୟବହାର ହେଉଛି । ସଖି କଣ୍ଢେଇ ନାଚପାଇଁ ଅତିକମରେ ୭ଜଣ ବ୍ୟକ୍ତି ଆବଶ୍ୟକ ପଡ଼ିଥାନ୍ତି । ଜଣେ ହରମୋନିୟମ,ଜଣେ ଢୋଲକି, ଜଣେ ଗିନି ବଜାଉଥିବା ବେଳେ ତିନିଜଣ କଣ୍ଢେଇ ନଚାନ୍ତି । କଣ୍ଢେମାନଙ୍କ ଅଙ୍ଗଭଙ୍ଗୀ ଦ୍ୱାରା ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମ କଥାବସ୍ତୁ ଦେଖାଇଥାନ୍ତି କଳାକାରମାନେ  । ବିଶେଷ କରି ପୌରାଣୀକ କଥାବସ୍ତୁ ଏଥିରେ ଦେଖାଯାଇଥାଏ  । ହେଲେ ସମୟର ପରିବର୍ତ୍ତନ ସହ ଲୋକଙ୍କ ଚାହିଦାକୁ ଲକ୍ଷ୍ୟକରି ସାମାଜିକ ନାଟକମାନ ମଧ୍ୟ ଏବେ ପରିବେଷଣ ହେଉଛି । ପୌରାଣିକ କାହାଣିରେ ସାଧାରଣତଃ ବଂଶୀଚୋରୀ,ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୁତୀ, ଶବର ଶବରଣୀ ନାଚ ଅଧିକାଂଶ ହୋଇଥାଏ । 
ନାଚୁଆ ହେବାକୁ ପସନ୍ଦ କରୁ ନାହଁନ୍ତି ପାଠୁଆ ପିଲା
ଆବଶ୍ୟକ ଅନୁଯାୟୀ ନାଟକରେ କଣ୍ଢେଇର ସାମିଲ କରାଯାଇଥାଏ ବୋଲି ସ୍ଥାନୀୟ କଳାକାରମାନେ କୁହନ୍ତି । କେତେକ ବ୍ୟକ୍ତି ନିଜ ପରିବାର ସହ ମିଶି କଣ୍ଢେଇ ତିଆରି କରୁଥିବା ବେଳେ ଆଉ କେତେକ ବ୍ୟକ୍ତି ଗାଁର ଲୋକମାନଙ୍କ ସହ ଗୋଷ୍ଠୀଗତ ଭାବେ କଣ୍ଢେଇ ତିଆର କରିବା ସହ ନାଚ କରାଇଥାନ୍ତି । ପ୍ରାୟ ଘଣ୍ଟାୟ ଭିତରେ ୮ରୁ୧୦ପ୍ରକାର ନାଚ ପ୍ରଦର୍ଶିତ କରାଯାଇଥାଏ । ହେଲେ ଏବେ ଟିଭି,ଭିଡ଼ିଓ ଓ ଅନ୍ୟାନ ଅତ୍ୟାଧୁନିକ  ମନୋରଞ୍ଜନ ସୁବିଧା ଉପଲବ୍ଧି ହେବାରୁ ସଖି କଣ୍ଢେଇ ନାଚର ଚାହିଦା କମିଛି । କାଁ ଭାଁ କୌଣସି ପର୍ବପର୍ବାଣୀ ସମୟରେ ଏହା ପ୍ରଦର୍ଶୀତ ହେଉଛି ଗାଁମାନଙ୍କରେ  । ଏହାସହ ଏହାର ପ୍ରଚାର ପ୍ରସାର ଅଭାବରୁ ଏହା ଲୁପ୍ତ ହେବାକୁ ବସିଲାଣି । ତାର ସାହାର୍ୟ୍ୟରେ ହେଉଥିବା ସଖି କଣ୍ଢେଇ ନାଚ ପ୍ରାୟ ଲୋପ ହୋଇଗଲାଣି କହିଲେ ଚଳେ । ଏହି ପ୍ରକାର ସଖି କଣ୍ଡେଇ ନାଚ କେବଳ ମନ୍ତ୍ରୀପଡ଼ାର କେଳାବସ୍ତିରେ କିଛିମାତ୍ରାରେ ଦେଖିବାକୁ ମିଳୁଛି । ସେହିଭଳି ମନ୍ତ୍ରୀପଡ଼ା ଓ ପାଳକଣାରେ କେତେକ କଳାକାର କଣ୍ଢେଇକୁ ସଜାଇ ହାତରେ ନଚାଉଛନ୍ତି । ଏନେଇ ପାଳକଣାର ବସୁଦେବ ଦାସ କହନ୍ତି “ଆଜିର ରଙ୍ଗୀନ ଦୁନିଆରେ ଲୋକଙ୍କ ପାଖରେ ବିଭିନ୍ନ ପ୍ରକାର ମନୋରଞ୍ଜନ ବ୍ୟବସ୍ଥା ରହିଥିବା ବେଳେ ସଖି କଣ୍ଢେଇ ନାଚ ଦ୍ୱାରା ସେମାନଙ୍କ ଦୃଷ୍ଟି ଆକର୍ଷଣ କରିବା କାଠିକର ପାଠ । ଏହାସହ ଏଥିରୁ କିଛି ଫାଇଦା ହେଉ ନାହିଁ ଯାହା ଅର୍ଥମିଳେ ପରିବାର ଚଳାଇବା କଷ୍ଟ । ସେଥି ପାଇଁ ଅଧା ଲୋକ ଏହି କାମଛାଡ଼ି ଦେଲେଣି, ଆମେ ଯାହା ବାପା ଜେଜ ଅମଳର ଏହି କଳାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଛୁ । ହେଲେ ଆଜିକାଲିର ପାଠୁଆ ପିଲା ନାଚୁଆ ହେବାକୁ ପସନ୍ଦ କରୁ ନାହାଁନ୍ତି, କିଭଳି ଏହି କଳାକୁ ବଞ୍ଚାଇବୁ ସେ ନେଇ ଚିନ୍ତାରେ ରହିଛୁ” ।
ପ୍ରଚାର ପସାର ଅବାଶ୍ୟକ
ସେହିଭଳି ଆଉ ଜଣେ ହେଉଛନ୍ତି ପାଳକଣା ଗ୍ରାମର ‘କୀର ଚରଣ ସିଂ କଣ୍ଡେଇମାନଙ୍କ ସହିତ ତାଙ୍କର ସମୟ ବିତିଲାଣି ୫୦ ବର୍ଷ । ହେଲେ ସେ ଛାଡ଼ିପାରୁ ନାହାଁନ୍ତି କଣ୍ଡେଇଙ୍କ ସଂସାର । ନିଜ ହାତରେ କାଠରେ ସେ ତିଆରି କରନ୍ତି କଣ୍ଡେଇମାନଙ୍କୁ । ଅଦୃଶ୍ୟ ଭାବେ ନିଜ ହାତରେ କଣ୍ଡେଇଙ୍କ ପରିସ୍ଥିତି ଏବଂ ଅଭିନୟର ଚାଳିଚଳଣିକୁ ଦର୍ଶକମାନଙ୍କୁ ପରିବେଷଣ କରନ୍ତି । ୬୦ରୁ ଅଧିକ ବର୍ଷରେ ପହଞ୍ଚିଥିଲେ ମ୍ମ ସରକାରୀ ପ୍ରୋତ୍ସାହନ ଏବଂ କଳାକାର ଭତ୍ତାଟିଏ ତାଙ୍କୁ ମିଳି ପାରି ନାହିିଁ । ଆର୍ଥକ ସମସ୍ୟା ସହ ମନୋରଞ୍ଜ ଢାଞ୍ଚାର ବିଭିନ୍ନ ପରିବର୍ତ୍ତନ ଭିତରେ ସେ ବଞ୍ଚାଇ ରଖିଛନ୍ତି କଣ୍ଡେଇ ନାଚ ।  ଆର୍ଥିକ ସ୍ଥିତିରୁ ନିଜକୁ ମୁକୁଳାଇବା ପାଇଁ ୧୦ ବର୍ଷ ବୟସରେ ଘର ଛାଡ଼ିଥିଲେ ସେ ଢ଼େଙ୍କାନାଳ ଯାଇ କିଛି ରୋଜଗାର କରିବା ପାଇଁ ଚେଷ୍ଟା କରି ପହଥିଲେ । ହେଲେ ସେଠାରେ ସେ ଏକ କଣ୍ଡେଇ ନାଚ  ସଂସ୍ଥାରେ ଯୋଗଦେଇ କଣ୍ଡେଇ ମାନଙ୍କ ସହିତ ପରିଚିତ ହୋଇଥିଲା । ସେହି ଦିନରୁ ସେ କଣ୍ଡେଇ ମାନଙ୍କୁ ନିଜର ସବୁକିଛି କରି ନେଇଛନ୍ତି ବୋଲି କହନ୍ତି ‘କୀର । କେବଳ ସେତିକି ନୁହେଁ ଏଥିରୁ ନିଜ ପରିବାର ଚଳାଇବା ସହ ନିଜ ଗାଁର କିଛି ଯୁବକମାନଙ୍କୁ ନିଜେକରିଥିବା କଣ୍ଢେଇ ନାଚ ସଂସ୍ଥାରେ ସାମିଲ କରାଇ ସେମାନଙ୍କୁ ରୋଜଗାର କ୍ଷମ କରାଇ ପାରିଛନ୍ତି । ‘କୀର ଓ ବାସୁଦେବଙ୍କ ଭଳି  ଆହୁରୀ ଅନେକ କଳାକାର ଅଛିନ୍ତି ଯେଉଁମାନେ ବର୍ଷବର୍ଷ ଧରି କଣ୍ଢେଇ ନାଚ କରି ଆସୁଛନ୍ତି  । ହେଲେ ସରକାରଙ୍କ ପକ୍ଷରୁ ସେମାନଙ୍କୁ କୌଣସି ପ୍ରକାର ପ୍ରୋତ୍ସାହନ କି କଳାକାର ଭତାଟେବି ମିଳି ପାରିନାହିଁ । ବିଭିନ୍ନ ସମୟରେ ଘରୋଇ ସାଂସ୍କୃତିକ ସଂଗଠନ ଗୁଡ଼ିକର ଉଦ୍ୟମରେ ଏହି ନାଚ ରାଜ୍ୟର ବିଭିନ୍ନ ଅଞ୍ଚଳ ସହିତ ଦିଲ୍ଲୀ,ବମ୍ବେ, କଲିକତା ଆଦିରେ ପରିବେଶିତ ହୋଇଛି । ହେଲେ ଏହା ଏପର୍ୟ୍ୟନ୍ତ ଲୋକ ପରିଚିତ ପାଇ ପାରିନାହିଁ, କେବଳ ଗାଁଲୁ ନାଚ ହୋଇ ରହିଯାଇଛି ସହରାଭିମୁଖି ହୋଇ ପାରିନି । ଯଦି ସରକାର ସହାୟତା କରିବେ ତେବେ ଏହା ସମ୍ଭବ ହୋଇ ପାରିବ ବୋଲି କେନ୍ଦ୍ରାପଡ଼ାର ସଖି କଣ୍ଢେଇ ନାଚର କଳାକାରମାନେ କୁହନ୍ତି ।