ଓଡିଆନ୍ ନ୍ୟୁଜ

121

ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଜଣେ ମୃତ ଓ ୧୩ ଅସୁସ୍ଥ

Team Odian News |

ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଜଣେ ମୃତ ଓ ୧୩ ଅସୁସ୍ଥ
ନବରଙ୍ଗପୁର,୨୦ା୧( ଓଡ଼ିଆନ୍‍ ନ୍ୟୁଜ୍‍ ): ଡବୁଗାଁ ବ୍ଳକ୍ ଅନ୍ତର୍ଗତ ମାଲିଗୁଡା ସେବାଶ୍ରମରେ ବିଷାକ୍ତ ଖାଦ୍ୟ ଖାଇ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ମୃତ ଛାତ୍ର ଜଣଙ୍କ ହେଲେ ଗୁରୁବନ୍ଧୁ ଭତ୍ରା ଏବଂ ସେ ସପ୍ତମ ଣ୍ରେଶୀରେ ଛାତ୍ର ବୋଲି ଜଣପଡିଛି ।
ସୂଚନାଯୋଗ୍ୟ, ଗତକାଲି ରାତିରେ ସେବାଶ୍ରମରେ ଛାତ୍ରଛାତ୍ରୀ ପଖାଳ ଭାତ ଖାଇ ଶୋଇଥିଲେ । ହଠାତ୍ ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କ ମେଡିକାଲ ନିଆଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ହେଇଥିଲା। ପରେ ସେବାଶ୍ରମର ଅନ୍ୟ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଥିଲା। ସଙ୍ଗେସଙ୍ଗେ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲ ।