ଓଡିଆନ୍ ନ୍ୟୁଜ

186

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହକୁ ଏନଏଚ୍ ୨୬ରେ ରଖି ରାସ୍ତା ଅବରୋଧ

Team Odian News |

କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହକୁ ଏନଏଚ୍ ୨୬ରେ ରଖି ରାସ୍ତା ଅବରୋଧ
କୋରାପୁଟ ,୨୩ା୧( ଓଡ଼ିଆନ୍‍ ନ୍ୟୁଜ୍‍ ): ମୃତ୍ୟୁ ପରେ ବି ଥମିନୁ ରାଜନୀତି । ଗଣଦୁଷ୍କର୍ମର ଶିକାର ହୋଇଥିବା କୁନ୍ଦୁଲି ପୀଡ଼ିତାଙ୍କ ମୃତଦେହକୁ ୨୬ ନମ୍ବର ଜାତୀୟ ରାଜପଥରେ ରଖି ସ୍ଥାନୀୟଲୋକ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝି, ରାମଚନ୍ଦ୍ର କାଡ଼ାମ୍ ଓ ମିନାକ୍ଷୀ ବାହିନୀପତି ପ୍ରମୁଖ ଉପସ୍ଥିତ ରହିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରାନଯିବା ପର୍ୟ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଉତ୍ତ୍ୟକ୍ତଲୋକେ ଅଡି ବସିଛନ୍ତି । ଗତକାଲି ଠାରୁ ଉତ୍ତ୍ୟକ୍ତ ଲୋକେ ପୀଡିତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଛାଡୁନାହାଁନ୍ତି । ଉଲ୍ଲେଖଯୋଗ୍ୟ ଯେ କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ନିକଟ ମୁଷାଗୁଡ଼ା ଗ୍ରାମ ଜଙ୍ଗଲରେ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଜଣେ ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ ହୋଇଥିଲା। ଏଥିରେ ସୁରକ୍ଷା ବାହିନୀର କିଛି କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ଓ ଏକ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା।