ଓଡିଆନ୍ ନ୍ୟୁଜ

113

ବୁଧବାରରେ କଂଗ୍ରେସର ଓଡିଶା ବନ୍ଦ ଓ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ହରତାଳ ଡାକରା

Team Odian News |

ବୁଧବାରରେ କଂଗ୍ରେସର ଓଡିଶା ବନ୍ଦ ଓ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ହରତାଳ ଡାକରା
କଟକ,୨୩ା୧( ଓଡ଼ିଆନ୍‍ ନ୍ୟୁଜ୍‍ ):  କୁନ୍ଦଲି ଘଟଣା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି । ବୁଧବାର ସକାଳ ୬ଟାରୁ ସନ୍ଧ୍ୟା ୬ ପର୍ୟ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।
ସେହିପରି ବିଜେପି ପକ୍ଷରୁ  ୧୨ ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି । ବୁଧବାରରେ ଅବିଭକ୍ତ କୋରାପୁଟ ଜିଲାରେ ସମସ୍ତ ବିଦ୍ୟାଳୟ, ସରକାରୀ କାର୍ୟ୍ୟାଳୟ , ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ  କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରରେ କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ବିରୋଧରେ ବିଜେପି ପକ୍ଷରୁ ନବୀନ ନିବାସ ଘେରାଓ କରିବା ପାଇଁ ଚେଷ୍ଟା କରାଯାଇଥିଲା । ଏହାପରେ ପୁଲିସ ଓ ବିଜେପି କର୍ମୀ ମୁହାଁ ମୁହିଁ ହୋଇଥିଲେ । ବିକ୍ଷୋଭ ପ୍ରଦର୍ଶନକାରୀ ପଥଫିଙ୍ଗିଥିବା ଅଭିଯୋଗ ହୋଇଥିଲା । ଏହାପରେ ପୁଲିସ ପକ୍ଷରୁ ଲାଠି ଚାଳନା କରାଯାଇଥିଲା । ପଥର ମାଡରେ କିଛି ପୁଲିସ କର୍ମୀ ଓ ଲାଠି ମାଡରେ ଅନେକ ବିଜେପି କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି ।