ଓଡିଆନ୍ ନ୍ୟୁଜ

130

ପଦଭାର ଗ୍ରହଣ କଲେ ନୂତନ ମୁଖ୍ୟ ନିର୍ବାଚନ ଆୟୋଗ

Team Odian News |

ପଦଭାର ଗ୍ରହଣ କଲେ ନୂତନ ମୁଖ୍ୟ ନିର୍ବାଚନ ଆୟୋଗ
ନୂଆଦିଲ୍ଲୀ ,୨୩ା୧( ଓଡ଼ିଆନ୍‍ ନ୍ୟୁଜ୍‍ ): ନୂତନ ମୁଖ୍ୟ ନିର୍ବାଚନ ଆୟୋଗ ଓମପ୍ରକାଶ ରାୱତ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଏକେ ଜ୍ୟୋତିଙ୍କ ସ୍ଥାନରେ ଅବସ୍ଥାପିତ ହୋଇଛନ୍ତି । ପଦଭାର ଗ୍ରହଣ କରିବା ପରେ ରାୱତ କହିଛନ୍ତି ଯେ ଆମ ଆଦମୀ ପାର୍ଟିର ୨୦ ବିଧାୟକଙ୍କ ରୋଗୀ କଲ୍ୟାଣ ସମିତି ଜନିତ ମାମଲା ଉପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ । ନିର୍ବାଚନ ଆୟୋଗ ନିର୍ବାଚନ ବଣ୍ଡର ସମୀକ୍ଷା କରୁଛି ବୋଲି ସେ ସୂଚନା ଦେଇଥିଲେ । ଏହାସହ ଗୋଟିଏ ଦେଶ ଓ ଗୋଟିଏ ନିର୍ବାଚନ ବିଷୟରେ ସେ କହିଥିଲେ ଯେ ସବୁ ରାଜନୈତିକ ଦଳଙ୍କୁ ଏକାଠି ହୋଇ ନିଷ୍ପତ୍ତି ନେବା ଆବଶ୍ୟକ । ଏନେଇ ସଂସଦରେ ନୂତନ ଆଇନ ପାଇଁ ବାଟ ବାହାରିବା ଆବଶ୍ୟକ । ମୁଖ୍ୟ ନିର୍ବାଚନ ଆୟୋଗ ଓମପ୍ରକାଶ ରାୱତଙ୍କ କାର୍ୟ୍ୟକାଳ ଚଳିତ ବର୍ଷ ଡିସେମ୍ବରରେ ଶେଷ ହେଉଛି ।