ଓଡିଆନ୍ ନ୍ୟୁଜ

133

ସିନେମା ପଦ୍ମାବତର ମୁକ୍ତିଲାଭ ସମ୍ପର୍କିତ ସବୁ ମାମଲାକୁ ଖାରଜ କଲେ ସର୍ବୋଚ୍ଚ ନ୍ୟାୟାଳୟ

Team Odian News |

ସିନେମା ପଦ୍ମାବତର ମୁକ୍ତିଲାଭ ସମ୍ପର୍କିତ ସବୁ ମାମଲାକୁ ଖାରଜ କଲେ ସର୍ବୋଚ୍ଚ ନ୍ୟାୟାଳୟ
ନୂଆଦିଲ୍ଲୀ ,୨୩ା୧( ଓଡ଼ିଆନ୍‍ ନ୍ୟୁଜ୍‍ ):ପଦ୍ମାବତ ସମ୍ପର୍କିତ ରାଜ୍ୟମାନଙ୍କର ସମସ୍ତ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି । ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ଚଳଚିତ୍ରର ମୁକ୍ତିଲାଭ ଉପରେ କଟକଣା ଲଗାଇବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା । ୪ ଟି ରାଜ୍ୟରେ ପଦ୍ମାବତକୁ ପ୍ରଦର୍ଶନ କରାଯିବା ଉପରେ କଟକଣା ଲଗାଯାଇଥିଲା । ସର୍ବୋଚ୍ଚ ନ୍ୟାୟାଳୟ ଏହି କଟକଣାକୁ ଉଠାଇ ଦେଇଥିଲେ । ଅଦାଲତଙ୍କ ରାୟ ପାଳନ କରିବା ରାଜ୍ୟର ଦାୟିତ୍ୱ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା  ରାଜ୍ୟର ଦାୟିତ୍ୱ ବୋଲି ଅଦଲାତ କହିଛନ୍ତି ।
କରଣୀ ସେନା ଏହି ସିନେମା ମୁକ୍ତିଲାଭ ବିରୋଧରେ  ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛି । ସିନେମା ମୁକ୍ତି ଲାଭ ହେଲେ ଏହାର ଭୟଙ୍କର ବିରୋଧ କରାଯିବୋ ବୋଲି ସେନା ପକ୍ଷର ସୂଚନା ଦିଆଯାଇଛି ।