ଓଡିଆନ୍ ନ୍ୟୁଜ

96

ଅଲରାଉଣ୍ଡର ପାଣ୍ଡ୍ୟା, ଭାରତର ଭବିଷ୍ୟତ

Team Odian News |

 ଅଲରାଉଣ୍ଡର ପାଣ୍ଡ୍ୟା, ଭାରତର ଭବିଷ୍ୟତ
ଦିଲ୍ଲୀ,୨୫/୯(ଓଡ଼ିଆନ୍ ନ୍ୟୁଜ୍): ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦିନକୁ ଦିନ ନିଜର ଏକ ନିଆରା ପରିଚୟ ତିଆରି କରୁଛନ୍ତି । ବିଶେଷକରି ବଡ଼ ଧରଣର ଛକ୍କା ମାରିବାରେ ଓସ୍ତାଦ ଥିବା ହାର୍ଦ୍ଦିକ କହିଛନ୍ତି ଯେ, ପିଲାବେଳୁ ତାଙ୍କୁ ଛକ୍କା ମାରିବାକୁ ଭଲ ଲାଗେ । ତେଣୁ ସେ ସର୍ବଦା ପଡ଼ିଆ ବାହାରକୁ ବଲକୁ ମାରିବାକୁ ଆଶ୍ୱସ୍ତ ଥାଆନ୍ତି ବୋଲି ସେ ମଧ୍ୟ କହିଛନ୍ତି ।ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଥିବା ତୃତୀୟ ଦିନିକିଆରେ ପାଣ୍ଡ୍ୟା ୭୨ବଲରେ ଚାରିଟି ଛକ୍କା ସହ ୭୮ରନ୍‌ର ପାଳି ଖେଳିଥିଲେ । ଫଳରେ ଭାରତ ଶୃଙ୍ଖଳାକୁ ୩-୦ରେ ଜିତିବା ସହଜ ହୋଇଯାଇଥିଲା ।ଚଳିତ ବର୍ଷ ମଧ୍ୟ ପାଣ୍ଡ୍ୟା ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଚାରୋଟି ମ୍ୟାଚରେ ହାଟ୍ରିକ ଛକ୍କା ମାରିବାର ରେକର୍ଡ଼ କରିଛନ୍ତି । ଯାହାକୁ ନେଇ ତାଙ୍କୁ ବେଶ ପ୍ରଶଂସା ମଧ୍ୟ କରାଯାଉଛି । ସେ କହିଛନ୍ତି ଯେ, ବାସ୍ତବରେ ମୁଁ ଛୋଟବେଳୁ ଏଭଳି ଖେଳିବାକୁ ଭଲ ପାଏ । ତେଣୁ ଆପଣ ଭାବନ୍ତୁ ନାହିଁ ଯେ, ପାକିସ୍ତାନ ବିପକ୍ଷରେ ଖେଳିବା ପରେ ମୋ ଖେଳରେ ପରିବର୍ତ୍ତନ ହୋଇଛି । ଯଦି ଏପରି ଆପଣଙ୍କୁ ଲାଗୁଛି ତେବେ ସେ କିଛି କହିବେ ନାହିଁ ବୋଲି କହିଛନ୍ତି ।କହିବାକୁ ଚାହିଁବୁ ଯେ, ପାଣ୍ଡ୍ୟା ଇତିମଧ୍ୟରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୨୮ଟି ପାଳି ଖେଳି ୪୦ଟି ଛକ୍କା ଲଗାଇଛନ୍ତି ।