ଓଡିଆନ୍ ନ୍ୟୁଜ

182

କୁନ୍ଦୁଲି ପ୍ରସଙ୍ଗରେ ରାଜ୍ୟ ସରକାର ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର

Team Odian News |

କୁନ୍ଦୁଲି ପ୍ରସଙ୍ଗରେ ରାଜ୍ୟ ସରକାର ଉପରେ ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର
ଭୁବନେଶ୍ୱର,୪/୨( ଓଡ଼ିଆନ୍‍ ନ୍ୟୁଜ୍‍ ):  କୁନ୍ଦୁଲି ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ନିନ୍ଦା କରିଛନ୍ତି ।  ରାଜ୍ୟ ସରକାର ଏହାର ନ୍ୟାୟିକ ତଦନ୍ତର ନିର୍ଦେଶ ଦେଇଥିଲେ ମଧ୍ୟ , ଚିଟ ଫଣ୍ଡ ପ୍ରସଙ୍ଗରେ ନ୍ୟାୟିକ ତଦନ୍ତ ହୋଇଥିଲା ଓ ଶ୍ରୀମନ୍ଦିରରେ ନ୍ୟାୟିକ ତଦନ୍ତ ହୋଇଥିଲା , ରାଜ୍ୟ ସରକାର ଏହା ଉପରେ କଅଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।  ଏହାର ସିବିଆଇ ତଦନ୍ତ ନିର୍ଦେଶ ଦେବା ପାଇଁ ସେ ଦାବି କରିଛନ୍ତି ।ମୁଖ୍ୟମନ୍ତ୍ରୀ କୁନ୍ଦୁଲି ପ୍ରସଙ୍ଗରେ ମତ ରଖନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

କୁନ୍ଦୁଲି ଘଟଣାକୁ ନେଇ ବିଜେପି ରାଜନୀତି କରୁଛି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ଧର୍ମେନ୍ଦ୍ର ନ୍ୟାୟିକ ତଦନ୍ତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି  ବୋଲି ସେ ପ୍ରକାଶ କରିଛନ୍ତି । ସରକାର କୌଣସି କେନ୍ଦ୍ରୀୟ ବଳକୁ କ୍ଲିନ୍‌ଚିଟ୍‌ ଦେଇ ନାହାନ୍ତି । ଧର୍ମେନ୍ଦ୍ର ନ୍ୟାୟିକ ତଦନ୍ତ ବିଷୟରେ ସନ୍ଦେହ ଥିଲେ ଲିଖିତ ଭାବରେ କୌଣସି ବିଚାରପତିଙ୍କ ନିକଟରେ ଏହାର ଅଭିଯୋଗ କରନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି ।