ଓଡିଆନ୍ ନ୍ୟୁଜ

209

କୁନ୍ଦୁଲିରେ ତଦନ୍ତ ପାଇଁ ବିଜେପି ଜାତୀୟ ପ୍ରତିନିଧି ଦଳ

Team Odian News |

କୁନ୍ଦୁଲିରେ ତଦନ୍ତ ପାଇଁ ବିଜେପି ଜାତୀୟ ପ୍ରତିନିଧି ଦଳ
କୋରାପୁଟ,୪/୨( ଓଡ଼ିଆନ୍‍ ନ୍ୟୁଜ୍‍ ): କୁନ୍ଦୁଲି ଗଣବଳାତ୍କାର ଘଟଣାର ତଦନ୍ତ ପାଇଁ ବିଜେପିର ଜାତୀୟ ପ୍ରତିନିଧି ଦଳ କୁନ୍ଦୁଲି ପରିଦର୍ଶନ କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସମ୍ପାଦିକା ସରୋଜା ପାଣ୍ଡେ ଏହାର ନେତୃତ୍ୱ ନେଇଥିଲେ ।ଏଥିରେ ସାଂସଦ ଜ୍ୟୋତି ଦ୍ରୁବେ, ସାଂସଦ ଅଞ୍ଜୁବାଳା, ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିବଡା ଓ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ରହିଥିଲେ। ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ସିବିଆଇ ତଦନ୍ତର ସୁପାରିଶ କରନ୍ତୁ ବୋଲି  ପ୍ରତିନିଧି ଦଳ ଦାବି କରିଛନ୍ତି ।