ଓଡିଆନ୍ ନ୍ୟୁଜ

147

ବିଜେପୁର ଉପ ନିର୍ବାଚନ ପାଇଁ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

Team Odian News |

ବିଜେପୁର ଉପ ନିର୍ବାଚନ ପାଇଁ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
ଭୁବନେଶ୍ୱର,୪/୨( ଓଡ଼ିଆନ୍‍ ନ୍ୟୁଜ୍‍ ): ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରଣୟ ସାହୁଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି । ଏଥପାଇଁ ପ୍ରାର୍ଥୀ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ନିଜର ପ୍ରାର୍ଥୀଙ୍କୁ ଘୋଷଣା କରି ନ ଥିଲା । ପୂର୍ବରୁ ଏହି ଆସନ କଂଗ୍ରେସ ଅଧିନରେ ଥିଲା । ବିଜେଡି ବିଜେପୁରର ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କର ପତ୍ନୀ ରୀତା ସାହୁଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେପିର ଅଶୋକ ପାଣିଗ୍ରାହୀ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସୋମବାରରେ ବିଜେଡି ପ୍ରାର୍ଥୀ ନାମାଙ୍କନ ଦାଖଲ କରିବାକୁ ଥିବା ବେଳେ । ୬ ତାରିଖ ଦିନ କଂଗ୍ରେସ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ।

ପ୍ରଣୟ ସାହୁ ଏବେ ବରଗଡ ଜିଲା ଗାଇସିଲଟ ବ୍ଲକର ଉପାଧ୍ୟକ୍ଷ ରହିଛନ୍ତି  । ବିଜେପୁର ଉପ ନିର୍ବାଚନ ପାଇଁ ପ୍ରଣୟ ସାହୁଙ୍କ ସହ ପୂର୍ବତନ ମନ୍ତ୍ରୀ ରୀପୁନାଥ ସେଠ୍‌ଙ୍କ ନାମ ଚର୍ଚ୍ଚାରେ ଥିଲା।ଏହାପରେ ରାଜ୍ୟ କଂଗ୍ରେସପକ୍ଷରୁ ଏହି ଦୁଇଜଣଙ୍କର ନାମକୁ ଏଆଇସିସିକୁ ସୂଚନା ଦେଇଥିଲେ । ଏହାପରେ ଏଆଇସିସି ପ୍ରଣୟଙ୍କ ନାମକୁ ଚୟନ କରିଛନ୍ତି  । ଫେବ୍ରୁଆରୀ ୨୪ ତାରିଖରେ ବିଜେପୁର ଉପ ନିର୍ବାଚନ ଅନୁଷ୍ଠିତ ହେବ ।