ଓଡିଆନ୍ ନ୍ୟୁଜ

186

ବାଦାମବାଡି ସିଟି ଷ୍ଟାଇଲ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ

Team Odian News |

ବାଦାମବାଡି ସିଟି ଷ୍ଟାଇଲ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ
କଟକ,୪/୨( ଓଡ଼ିଆନ୍‍ ନ୍ୟୁଜ୍‍ ): ବାଦାମବାଡି ସ୍ଥିତ ସିଟି ଷ୍ଟାଇଲ ସପିଂ ମଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ୮ଟି ଦମକଳ ବାହୀନ ପହଞ୍ଚି ପ୍ରାୟ ୧୦୦ ଜଣ କର୍ମଚାରୀମାନେ ନିଆଁ ଲିଭାଇବା କାର୍ୟ୍ୟରେ ନିୟୋଜିତ ହୋଇଛନ୍ତି । ନିକଟରେ ଥିବା ଏକ ହୋଟେଲ ସହ ୨ଟି ବହି ଦୋକାନ ଏବଂ ଗୋଟିଏ ଲାଇଟ୍ ସୋ ରୁମରେ ମଧ୍ୟ ନିଆଁ ଲାଗିଯାଇ ଥିବା ସୂଚନା ମିଳିଛି । ସିଟି ଷ୍ଟାଇଲ ଆଖପାଖରେ ଥିବା ଅନ୍ୟ ସପିଂ ମଲରେ ନିଆଁ ବ୍ୟାପିବାର ଆଶଙ୍କା କରାଯାଉଛି । ସର୍ଟ ସର୍କିଟ କାରଣ ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ଏଯାବତ୍ କେହି ମୃତାହତ ହୋଇ ନ ଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ରହିଛି । ତାଙ୍କୁ ବଡମେଡିକାଲ ପଠାଯାଇଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ଏକ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି ।