ଓଡିଆନ୍ ନ୍ୟୁଜ

106

୧୪ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା ଓ ପ୍ରବଳ କୁହୁଡି ସମ୍ଭାବନା

Team Odian News |

୧୪ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା ଓ ପ୍ରବଳ କୁହୁଡି ସମ୍ଭାବନା
ଭୁବନେଶ୍ୱର,୧୧/୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଫେବ୍ରୁଆରୀ ୧୪ ତାରିଖ ପର୍ୟ୍ୟନ୍ତ  ଓଡିଶାର କେତକ ଅଂଶରେ ବର୍ଷା ହେବାର ସମ୍ଭାବନା ରହିଛି । ଟ୍ରାପ ଲାଇନ ପ୍ରଭାବରେ ଉପକୂଳ ଓ ଅଭ୍ୟନ୍ତରୀଣ ଓଡିଶାରେ ବର୍ଷା ହୋଇ ପାରେ । ଏହା ସହ ରାଜ୍ୟରେ  କିଛି ଅଂଶରେ ପ୍ରବଳ କୁହୁଡିର ସମ୍ଭାବନା ଥିବା କଥା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

୧୨  ଓ ୧୩ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ଓ ଉପକୂଳ ଓଡିଶାର କେତକ  ସ୍ଥାନରେ ବର୍ଷା ହୋଇପାରେ । ଉପକୂଳ ଓଡିଶାରେ ପ୍ରବଳ କୁହୁଡି ହେବ । ୧୪ ତାରିଖରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ୧୫ ତାରିଖ ପରଠାରୁ ପାଗ ମୁଖ୍ୟତଃ ଶୁଖିଲା ରହିବ । ୧୬ ତାରିଖରୁ ଦିନର ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା  ଦିଆଯାଇଛି ।