ଓଡିଆନ୍ ନ୍ୟୁଜ

196

ଶ୍ରୀମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କଲେ ନେପାଳ ନରେଶ

Team Odian News |

ଶ୍ରୀମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କଲେ ନେପାଳ ନରେଶ
ପୁରୀ,୧୧/୨( ଓଡ଼ିଆନ୍‍ ନ୍ୟୁଜ୍‍ ):  ପୁରୀ ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ନେପାଳ ନରେଶ ଚତୁର୍ଦ୍ଧା ବିଗ୍ରହଙ୍କର ସେବା ପୂଜା କରିଛନ୍ତି । ସେ ପରମ୍ପରା ଅନୁସାରେ ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନର ବରିଷ୍ଠ  ଅଧିକାରୀମାନେ ତାଙ୍କୁ  ସ୍ୱାଗତ କରିଥିଲେ । ଏହି ସମୟରେ ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଇଥିଲା । ନେପାଳ ନରେଶ ବୀର ବିକ୍ରମଶାହା ଦେବଙ୍କୁ ଭିତର କାଠ ନିକଟରେ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ସ୍ୱାଗତ କରିଥିଲେ । ନେପାଳ ନରେଶଙ୍କ ସହ ଲାଲ ମୋହରିଆ ପଣ୍ଡା , ରାଜପୁରୋହିତ ଥିଲେ । ରତ୍ନ ସିଂହାସନ ଉପରେ ବୀର ବିକ୍ରମଶାହା ଦେବ କର୍ପୂର ଆଳତୀ ଓ ସଲିଳା ଆଳତୀ କରିଥିଲେ । ଏହାପରେ ସେ ପାର୍ଶ୍ୱ ଦେବାଦେବୀଙ୍କର ଦର୍ଶନ କରିଥିଲେ । ସେ ଶ୍ରୀମନ୍ଦିରରେ ୨ଟି ଶାଳଗ୍ରାମ ସହ କିଛି ଅଳଙ୍କାର ଦାନ ଦେଇଥିବା ସୂଚନା ମିଳିଛି ।