ଓଡିଆନ୍ ନ୍ୟୁଜ

165

ପାଣ୍ଡିଆନ୍ ଘର ଉପରକୁ ଗୋବର ପିଙ୍ଗିବା ଘଟଣାକୁ ନିନ୍ଦା କଲେ ବୈଜୟନ୍ତ ।

Team Odian News |

ପାଣ୍ଡିଆନ୍ ଘର ଉପରକୁ ଗୋବର ପିଙ୍ଗିବା ଘଟଣାକୁ ନିନ୍ଦା କଲେ ବୈଜୟନ୍ତ  । 
ରାଜକନିକା,୧୨ା୨( ଓଡ଼ିଆନ୍‍ ନ୍ୟୁଜ୍‍ ): ରାଜକନିକା ବ୍ଲକ୍ ଅନ୍ତର୍ଗତ ନମତରା ଠାରେ ସୋମବାର ବିଜେଡ଼ି ଦଳରୁ ନିଲମ୍ବିତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏକ  ପାଣିଟାଙ୍କିକୁ ଉଦ୍ଘାଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ପାଣ୍ଡିଆନ୍ଙ୍କ ଘରଉପରକୁ ଗୋବର ଫିଙ୍ଗି ଘର ଭିତରକୁ ପଶି ଆକ୍ରମଣ ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି  । ସାମ୍ବାଦିକଙ୍କ ପ୍ରଶ୍ନରେ ଶ୍ରୀପଣ୍ଡା କହିଥିଲେଯେ,  ଅଣ୍ଡାମାଡ଼ ହେଉ କିମ୍ବା ଢ଼େଲାମାଡ଼ କାହା ଘରକୁ ପଶିଯିବା ଅନୁଚିତ  ।  ହିଂସାକାଣ୍ଡ କୁ ମୁଁ ବିଶ୍ୱାସ କରେ ନାହିଁ  । ପ୍ରତିବାଦ କରିବାର ତରିକା ଅଲଗା  । ଯଦି କାହାର ପ୍ରତିବାଦ କରିବାର ଅଛି ତେବେ ଅନଶନ କରିପାରନ୍ତି  କି କଳାପତକା ଦେଖାଇପାରନ୍ତି  । ସିବିଆଇ ତଦନ୍ତ ପାଇଁ ଦାବି କରିପାରନ୍ତି କିମ୍ବା ହାଇକୋର୍ଟରେ ପିଆଇଏଲ୍ କରିପାରନ୍ତି  । ମୁଁ ସବୁ ବେଳେ  ହିଂସାକାଣ୍ଡକୁ ନିନ୍ଦା କରୁଛି  । ଏହି ଘଟଣାରେ ଯାହା ମୋ ନାଁ ନିଆଯାଉଛି ତାହା ମିଛି କଥା  । ମୁଁ ଏଭଳି କଥାକୁ ବିଶ୍ୱାସ କରେ ନାହିଁ  ।  ଏଠାରେ ପ୍ରକାଶ ଥାଉକି ବିଜେଡ଼ି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସଚିବ ପାଣ୍ଡିଆନ୍ଙ୍କ ଘର ଉପରକୁ ଆକ୍ରମଣ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ  । ଏମିତିକି ମୁଖପାତ୍ର ଶ୍ରୀଦେବ ପ୍ରଥମଥର ପାଇଁ ସାଂସଦ ଶ୍ରୀପଣ୍ଡାଙ୍କ ନାଁ ନେଇଥିଲେ  ।