ଓଡିଆନ୍ ନ୍ୟୁଜ

205

ବିଜେପିରେ ଯୋଗଦେଲେ ମହାଶ୍ୱେତା

Team Odian News |

ବିଜେପିରେ ଯୋଗଦେଲେ ମହାଶ୍ୱେତା
ଭୁବନେଶ୍ଵର,୧୨ା୨( ଓଡ଼ିଆନ୍‍ ନ୍ୟୁଜ୍‍ ): ବିଜେପିରେ ଯୋଗଦେଇଛନ୍ତି ବିଗତ ଦିନର ଓଡ଼ିଆ  ଚଳଚ୍ଚିତ୍ର ନାୟିକା  ମହାଶ୍ୱେତା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି। ଦଳର ରାଜ୍ୟ କାର୍ୟ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି। 

ଶନିବାର ଭୁବନେଶ୍ୱରରେ ସେ ବିଜେପିରେ ଯୋଗ ଦେବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇ ଥିଲା। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ୟ୍ୟ ଏହି ସୂଚନା ଦେଇଥିଲେ। ପୂର୍ବରୁ ମିହିର ଦାସ ଓ ଅନୁ ଚୌଧୁରୀ ବିଜେପିରେ ମିଶିଥିଲେ। ପିଙ୍କି ପ୍ରଧାନ ଓ ଶ୍ରୀତମ ଦାସ ମଧ୍ୟ ବିଜେପିରେ ଅଛନ୍ତି। ଗତ ନିର୍ବାଚନ ବେଳେ ମିହିର ଦାସ ବିଜେଡିରେ ମିଶି ଥିଲେ। ଏବେ ବିଜେପୁର ଉପ-ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।