ଓଡିଆନ୍ ନ୍ୟୁଜ

156

୩ ମହିଳା ମାଓବାଦୀ ଗିରଫ

Team Odian News |

୩ ମହିଳା ମାଓବାଦୀ ଗିରଫ
ମାଲକାନଗିରି,୧୭/୨( ଓଡ଼ିଆନ୍‍ ନ୍ୟୁଜ୍‍ ) : ମାଲକାନଗିରି ପୁଲିସ ପକ୍ଷରୁ ଶନିବାର ମାଥିଲି ବ୍ଲକର ମହୁପଦର ପଞ୍ଚାୟତ ଅନ୍ତର୍ଗତ ତୁଳସି ପାହାଡ ଠାରେ କୁମ୍ବିଂ ଅପରେସନ କରାଯାଇ ୩ ମହିଳା ମାଓବାଦୀଙ୍କୁ ଗିରଫ କରାଯାଇଛି। ଏରିୟା କମାଣ୍ଡର ଯୋଗି କବାସି ଓ ମାଓବାଦୀ ସଦସ୍ୟ ଇଡମେ ମାଣ୍ଡାବୀ, ଜାମିଲି କୁରାମୀଙ୍କୁ ପୋଲିସ ଗିରଫ କରିଛି। ଯୋଗି କବାସିଙ୍କ ଘର ଛତିଶଗଡର ନୀଲାବାଇ ଗ୍ରାମରେ ହୋଇଥିବା ବେଳେ ମାଥିଲି ବ୍ଲକର ବାରା ଗ୍ରାମର ଦାସୁରୁ ଦୁରୁ୍ଆ, ମୁୟା କବାସୀ ହତ୍ୟ କଡାବେଟା ଗ୍ରାମରେ ପ୍ରଜାକୋର୍ଟ କରି ଗ୍ରାମବାସୀଙ୍କୁ ପିଟିବା, ଦୁଲଦୁଲି ଠାରେ ପୋଲିସ ସହ ଗୁଳିବିନିମୟ, ଗଲିଆ ଗୁଡା ଠାରେ ପ୍ରଜାକୋର୍ଟ କରି ଗ୍ରାମବାସୀଙ୍କୁ ହତ୍ୟା ଧମକ, ଟେମୁରୁ ପାଲ୍ଲୀ ଠାରେ ରାସ୍ତାକାମରେ ନିୟଜିତ ଗାଡିି ପୋଡି, ଭଳିି ଅନେକ ଘଟଣାରେ ଏହି ୩ ଜଣଙ୍କ ସମ୍ପୃକ୍ତି ଥିବା ମାଲକାନଗିରି ଏସପି କହିଛନ୍ତି। ଯୋଗି କବାସୀଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ବେଳେ ଇଡମେ ଓ ଜାମାଲିଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।