ଓଡିଆନ୍ ନ୍ୟୁଜ

157

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଭାରେ ଚପଲ ମାଡ

Team Odian News |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଭାରେ ଚପଲ ମାଡ
ବିଜେପୁର,୨୦/୨( ଓଡ଼ିଆନ୍‍ ନ୍ୟୁଜ୍‍ ): ବିଜେପୁରରେ ଚାଲିଥିବା ଏକ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ହୋଇଛି । ନିର୍ବାଚନୀ ସଭାରେ ଉପସ୍ଥିତ ଥିବା ଜଣେ ଯୁବକ ଚପଲ ମାଡ କରିଛନ୍ତି । ସୁରକ୍ଷା କର୍ମୀ ଗୋଟିଏ ଚପଲ ଧରି ପକାଇଥିବା ବେଳେ ଆଉ ଗୋଟିଏ ସଭା ମଞ୍ଚରେ ପଡିଥିଲା । ସୁରକ୍ଷା କର୍ମୀମାନେ ସମ୍ପୃକ୍ତ ଯୁବକଙ୍କୁ କାବୁ କରିଛନ୍ତି । କେଉଁ କାରଣରୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ କରାଯାଇଛି ତାହାର କାରଣ ଜଣା ପଡି ନାହିଁ ।କୁମ୍ଭାରୀରେ ଏକ ସଭା ଚାଲିଥିବା ବେଳେ ଆଗ ଧାଡିରେ ଥିବା କାର୍ତ୍ତୀକେୟ ମେହେର ନାମକ ଯୁବକ ଚପଲ ମାଡ କରିଥିଲେ ।

ଏହି ଆକ୍ରମଣକୁ କଂଗ୍ରେସ ଓ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି । ତଦନ୍ତ କଲେ ଏହାର କାରଣ ଓ ଏଥିପାଇଁ କିଏ ଦାୟୀ ଜଣା ପଡିବ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି । ସେହିପରି ଚପଲମାଡ କରି ବିଜେଡି ସଭାକୁ ଭଣ୍ଡୁର କରିବାପାଇଁ ଉଦ୍ୟମ କରାଯାଇଛି ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ।