ଓଡିଆନ୍ ନ୍ୟୁଜ

186

ଜାମିନ ଖାରଜ, ତିହାର ଜେଲକୁ ଗଲେ ଆପ ବିଧାୟକ

Team Odian News |

ଜାମିନ ଖାରଜ, ତିହାର ଜେଲକୁ ଗଲେ ଆପ ବିଧାୟକ
ନୂଆଦିଲ୍ଲୀ,୨୨/୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆକ୍ରମଣ ମାମଲାରେ ଆମ ଆଦମୀ ପାର୍ଟି (ଆପ) ବିଧାୟକଙ୍କୁ କୋର୍ଟରୁ ଝଟକା ଲାଗିଛି । କୋର୍ଟ ଆପ ବିଧାୟକ ଅମାନତୁଲ୍ଲା ଏବଂ ପ୍ରକାଶ ଜାରୱାଲଙ୍କ ଜାମିନ ଆବେଦନକୁ ଖାରଜ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ପ୍ରକାଶ ଯେ ଗୋଟିଏ ଦିନ ପୂର୍ବରୁ କୋର୍ଟ ଅଭିଯୁକ୍ତ ଆପ ବିଧାୟକଙ୍କୁ ୨ ଦିନ ପାଇଁ ତିହାର ଜେଲକୁ ପଠାଇ ଦେଇଥିଲେ । ଗୁରୁବାର ଏହି ମାମଲାର ଶୁଣାଣି କରି କୋର୍ଟ ଦୁଇ ଅଭିଯୁକ୍ତ ବିଧାୟକଙ୍କୁ ୧୪ ଦିନ ପର୍ୟ୍ୟନ୍ତ ତିହାର ଜେଲର ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସେହିପରି ଅଦାଲତ ଅଭିଯୁକ୍ତ ବିଧାୟକ ଦ୍ୱୟଙ୍କୁ ରିମାଣ୍ଡରେ ନେବା ପାଇଁ ପୁଲିସ୍‌ର ଆବେଦନକୁ ଖାରଜ କରିଦେଇଛନ୍ତି । ବିଧାୟକ ଦ୍ୱୟ ସହଯୋଗ ପାଇଁ ସହମ୍ମତି ଦେଇଥିବାରୁ ସେମାନଙ୍କୁ ପୁଲିସ୍‌ ରିମାଣ୍ଡରେ ନେବା ଆବଶ୍ୟକ ନାହିଁ ବୋଲି ଅଦାଲତ କହିଛନ୍ତି । ପ୍ରକାଶ ଯେ ପ୍ରକାଶ ଜରୱାଲଙ୍କୁ ପୁଲିସ ମଙ୍ଗଳବାର ରାତିରେ ଗିରଫ କରିଥିଲା । ଅମାନତୁଲ୍ଲା ଖାଁ ବୁଧବାର ଜାମିଆ ନଗର ଥାନାରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଗିରଫ ଦୁଇ ବିଧାୟକଙ୍କୁ କୋର୍ଟରେ ହାଜର କରାଯିବା ପରେ ବିଚାରପତି ସେମାନଙ୍କୁ ଦିନକ ପାଇଁ ହାଜତକୁ ପଠାଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ଅନୁଷ୍ଠିତ ବୈଠକରେ ଜରୱାଲ ଏବଂ ଅମାନତୁଲ୍ଲା ତାଙ୍କୁ ମାଡ଼ ମାରିଥିବା ମୁଖ୍ୟଶାସନ ସଚିବ ମଙ୍ଗଳବାର ଅଭିଯୋଗ କରିଥିଲେ। ଏହି ଘଟଣା ଏବେ ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି ।