ଓଡିଆନ୍ ନ୍ୟୁଜ

186

ଏପ୍ରିଲ ୨୦ରେ ସ୍ଥାନାନ୍ତରିତ ହେବେ ମା’ପଞ୍ଚୁବରାହୀ । ସାତଭାୟାରେ ପହଞ୍ଚିଲେ କନିକାରାଜା

Team Odian News |

ଏପ୍ରିଲ ୨୦ରେ ସ୍ଥାନାନ୍ତରିତ ହେବେ ମା’ପଞ୍ଚୁବରାହୀ  ।
 ସାତଭାୟାରେ ପହଞ୍ଚିଲେ କନିକାରାଜା
କେନ୍ଦ୍ରାପଡ଼ା,୨୦ା୩( ଓଡ଼ିଆନ୍‍ ନ୍ୟୁଜ୍‍ ): ଆସନ୍ତା ଏପ୍ରିଲ ମାସ ୨୦ ତାରିଖ ଦିନ ମା’ ପଞ୍ଚୁବରାହୀଙ୍କୁ ସ୍ଥାନାନ୍ତରିତ କରାଯାଇ ବଗପାଟିଆ ଠାରେ ନବ ନର୍ବିିତ ମନ୍ଦିରରେ ପ୍ରତିଷ୍ଠା କରାଯିବା ନେଇ ଚୂଡ଼ାନ୍ତ ପ୍ରକିୟା ଶେଷ ହୋଇଛି  । ରବିବାର କନିକାରାଜା ଶିବେନ୍ଦ୍ରନାରାୟଣ ଭଞ୍ଜଦେବ ସାତଭାୟା ଠାରେ ପହଞ୍ଚି ମା’ପଞ୍ଚୁବହାରୀଙ୍କ ମନ୍ଦିରରେ ଶେଷଥର ପାଇଁ ପୂଜାଅର୍ଚ୍ଚନା କରିଛନ୍ତି  । ମା’ଙ୍କ ପୂଜକ ଜାଇ ଦଳାଇ ସ୍ୱତନ୍ତ୍ର ଭାବେ ରାଜାଙ୍କୁ ମା’ଙ୍କ ଦର୍ଶନ କରାଇଥିଲେ  । ଏହା ସହିତ ମା’ଙ୍କୁ କେଉଁଭଳି ଭାବେ ନୂତନ ମନ୍ଦିରକୁ ସ୍ଥାନାନ୍ତରିତ କରାଯିବ ସେ ସଂପର୍କରେ ସାତଭାୟାର ମୁରବି ମାନଙ୍କ ସହିତ ଆଲୋଚନା କରିଛନ୍ତି  । କନିକାରାଜାଙ୍କ ସହିତ ‘ସାତଭାୟା’ପୁସ୍ତକର ଲେଖକ ତଥା ଗବେଷକ ଶୁଭ୍ରାଂଶୁ ସୂତାର ମଧ୍ୟ ସାତାଭାୟାରେ ଉପସ୍ଥିତ ରହିଥିଲେ  । ସାତଭାୟାରୁ ଫେରି କନିକାରାଜା ଶ୍ରୀଭଞ୍ଜଦେବ ବଗପାଟିଆ ଠାରେ ନବନିର୍ମିତ ମନ୍ଦିର ପରିଦର୍ଶନ କରିଥିଲେ  । ଏହି ଅବସରରେ ସାତଭାୟା ଗ୍ରାମବାସୀଙ୍କ ପକ୍ଷରୁ କନିକାରାଜାଙ୍କୁ ଭବ୍ୟ ସ୍ୱାଗତସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା  । ଅନ୍ୟମାନଙ୍କ ମଧ୍ୟରେ ନେଚର୍ସ କ୍ଲବ୍ର ବିରଜା ପ୍ରସନ୍ନ ପତି, ନିରଞ୍ଜନ ସ୍ୱାଇଁ, ନାରାୟଣ ରାଉତ, ସୁଦର୍ଶନ ରାଉତ,ବିଶ୍ୱଶାନ୍ତି ମହାଯଜ୍ଞ କମିଟିର ସଭାପତି ଅକ୍ଷୟ କୁମାର ପରିଡ଼ା, ସଂଗ୍ରାମ ସହାଣୀ, ଜ୍ଞାନରଞ୍ଜନ ପଣ୍ଡା, ବିଚିତ୍ର ଲେଙ୍କା, ସର୍ବେଶ୍ୱର ରାଉତ, ମଙ୍ଗୁଳି ଦାସ, ରଜନୀକାନ୍ତ ବେହେରା, ଅଧ୍ୟାପକ ଡ଼କ୍ଟର ଧରଣୀଧର ରାଉତ, ରାଜାଙ୍କ ମ୍ୟାନେଜର ବିଷ୍ଣୁ ପ୍ରସାଦ ଦାସ ଏବଂ ପୂର୍ବତନ ସରପଞ୍ଚ ଦିବାକର ରାଉତ ପ୍ରମୁଖ ଉପସ୍ଥିତ ରହି ମା’ଙ୍କ ସ୍ଥାନାନ୍ତରିତ ସଂପର୍କରେ ବିଶଦଭାବେ ଆଲୋଚନା କରିଥିଲେ  । ସାତଭାୟାର ସରପଞ୍ଚ ରଶ୍ମିତା ସାହାଣୀ ଏବଂ ସମିତି ସଭ୍ୟା ପୁଷ୍ପଲତା ପଣ୍ଡା ସମସ୍ତଙ୍କ ସହଯୋଗ କାମନା କରିଥିଲେ  । ଅଷ୍ଟାଦଶ  ଶତାବ୍ଦୀରେ କନିକା ରାଜା  ପଦ୍ମନାଭ ଭଞ୍ଜ ମା’ପଞ୍ଚୁବରାହୀଙ୍କ ମନ୍ଦିର ନିର୍ମାଣ କରାଇଥିଲେ  । ହେଲେ ଆଜି ସମୁଦ୍ର କରାଳ ସ୍ରୋତ ମନ୍ଦିର ନିକଟରେ ପହଞ୍ଚିଯାଇଛି  । ଗ୍ରାମବାସୀମାନେ ବଗପାଟିଆକୁ ସ୍ଥାନାନ୍ତରିତ ହୋଇଛନ୍ତି  । କେବଳ ବାକି ରହିଥିଲେ ମା’ ପଞ୍ଚୁବରାହୀ  । ମା’ଙ୍କ ସ୍ଥାନାନ୍ତରିତ ପରେ ଓଡ଼ିଶାର ବହୁ ଚର୍ଚ୍ଚିତ ସାତଭାୟାର ସମୁଦ୍ର ଗ୍ରାସର ଖବର ପୂଣ୍ଣଚ୍ଛେଦ ପଡ଼ିବ  । ହେଲେ ସାତଭାୟା ସମୁଦ୍ର ଗ୍ରାସରେ ଲୀନ ହୋଇ ଇତିହାସ ପାଲଟବ ।