ଓଡିଆନ୍ ନ୍ୟୁଜ

180

ଓଡିଶା ସୀମାରେ ଖସି ପଡିଲା ବାୟୁସେନାର ପ୍ରଶିକ୍ଷଣ ବିମାନ: ପାଇଲଟ ଗୁରୁତର

Team Odian News |

ଓଡିଶା ସୀମାରେ ଖସି ପଡିଲା ବାୟୁସେନାର ପ୍ରଶିକ୍ଷଣ ବିମାନ: ପାଇଲଟ ଗୁରୁତର
 ଭୁବନେଶ୍ୱର,୨୦ା୩( ଓଡ଼ିଆନ୍‍ ନ୍ୟୁଜ୍‍ ):   ଓଡିଶା-ଝାଡଖଣ୍ଡ ସୀମା ଝାଡପୋଖରୀଆ ଥାନା ଅନ୍ତର୍ଗତ ସାରସକଣା ବ୍ଲକର ଶୀର୍ଷା ପଞ୍ଚାୟତର ନେଦା ଗ୍ରାମ ନିକଟ ସୁବର୍ଣ୍ଣରେଖା ନଦୀର ଟୋପାଘାଟଠାରେ ଏକ ପ୍ରଶିକ୍ଷଣ ଜେଟ୍‍ ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ସମୟରେ ଖସି ପଡିଛି। ଖସି ପଡିବା ପୂର୍ବରୁ ଏଥିରେ ଥିବା ବିମାନର ଚାଳକ ପାରାସୁଟ୍‍ ସାହାଯ୍ୟରେ ନଦୀ ପଠାରେ ତଳକୁ ଓହ୍ଲାଇବାକୁ ସକ୍ଷମ ହୋଇଥିଲେ । ଗୁରୁତର ଅବସ୍ଥାରେ ଓଡିଶା ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗର ବାହାରାଗୋଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପହାଡଗଡା ଡାକ୍ତରଖାନାରେ  ଭର୍ତ୍ତି କରାଯାଇଛି ।  ଖଡଗପୁର ବାୟୁସେନା କେନ୍ଦ୍ରରୁ ଉଡାଣ ଭରିବାର କିଛି ସମୟ ପରେ ଏହି ହକ୍‌ ଆଡଭାନସ୍‌ଡ  ଟ୍ରେନର ବିମାନ ଦୁର୍ଘଟଣା ଗସ୍ତ ହୋଇିଥିଲା ।ବାୟୁସେନା ପକ୍ଷରୁ ଏହି ବିମାନର ଦୁର୍ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି । ଦୁର୍ଘଟଣା ପରେ ସେଠାରେ ହଜାର ହଜାର ସଂଖ୍ୟାରେ ଲୋକ ପହଞ୍ଚଥିଲେ । ପରେ ବାୟୁସେନାର ସୁରକ୍ଷା ଅଧିକାରୀ ଓ କର୍ମଚାରୀ ପହଞ୍ଚି ସେହି ସ୍ଥାନକୁ ଘେରାଓ କରି ରଖିଥିବା ସୂଚନା ମିଳିଛି ।