ଓଡିଆନ୍ ନ୍ୟୁଜ

156

ବଜ୍ରାଘାତରେ ୧ ମୃତ,୨ ଗୁରୁତର ଆହତ

Team Odian News |

ବଜ୍ରାଘାତରେ ୧ ମୃତ,୨ ଗୁରୁତର ଆହତ
ମାଲକାନଗିରି,୭/୪( ଓଡ଼ିଆନ୍‍ ନ୍ୟୁଜ୍‍ ):  ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର କଦମଗୁଡା ଗ୍ରାମ ପଞ୍ଚାୟତର ତଲଗୌଡ଼ପୁଟ ଗ୍ରାମରେ ବଜ୍ରାଘାତରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।  ତଲଗୌଡ଼ପୁଟ ଗ୍ରାମର  ନବମ ଶ୍ରେଣୀର ଛାତ୍ର ବାବୁଲି ପୂଜାରୀ (୧୪)ର  ମୃତ୍ୟୁ ଘଟିଥିବା ବେଳେ ସୁନ୍ଦରମଣି ପୂଜାରୀ( ୬୦) ଓ ପୂର୍ଣ୍ଣିମା ପଜାରୀ( ୧୫) ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।