ଓଡିଆନ୍ ନ୍ୟୁଜ

133

ଗୁରୁଗ୍ରାମ ଜଗନ୍ନାଥଙ୍କ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଭକ୍ତି ଆଉ ଆନନ୍ଦର ସହକାରେ ପାଳିତ ।

Team Odian News |

ଗୁରୁଗ୍ରାମ ଜଗନ୍ନାଥଙ୍କ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା  ଭକ୍ତି ଆଉ ଆନନ୍ଦର ସହକାରେ ପାଳିତ । 
ଗୁରୁଗ୍ରାମ,୨୮ା୬( ଓଡ଼ିଆନ୍‍ ନ୍ୟୁଜ୍‍ ): ପ୍ରବାସୀ ଓଡ଼ିଆ ମାନଙ୍କ ଦ୍ୱାରା ସୁଦୂର ହରିୟାଣା, ଗୁରୁଗ୍ରାମ ସହରରେ ପ୍ରତିଷ୍ଠିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ତିନି ଠାକୁରଙ୍କ ଦେବସ୍ନାନ ପୂର୍ଣ୍ଣିମା ଭକ୍ତି ଆଉ ଆନନ୍ଦର ସହକାରେ ପାଳିତ ହୋଇଯାଇଛି  । କେନ୍ଦ୍ରାପଡ଼ା ଜିଲାର ପ୍ରବାସୀମାନେ ଗୁରୁଗ୍ରାମ ସହରରେ ଶ୍ରୀଶ୍ରୀଜଗନ୍ନାଥ ସେବା ସଂଘ ଗଠନ କରି  ସେକ୍ଟର-୧୫, ପାର୍ଟ-୨ ଠାରେ ଏକ ସୁଦୃଶ୍ୟ ଜଗନ୍ନାଥ ମନ୍ଦିର ନିର୍ମାଣ କରିଛନ୍ତି  । ପ୍ରତିବର୍ଷ ଭଳି ପୁରୀ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି  ଭଳି ଗୁରୁଗ୍ରାମରେ ମଧ୍ୟ ବର୍ଷକ ବାରମାସରେ ସମସ୍ତ ପର୍ବ ମହାସମାରୋହରେ ଶହଶହ ଓଡ଼ିଆ ଭକ୍ତମାନଙ୍କ ଦ୍ୱାରା ସମାପନ ହେଉଛି  । ଚଳିତ ବର୍ଷ ମନ୍ଦିରରେ ସକାଳୁ ସକାଳୁ ତିନି ଠାକୁରଙ୍କର ଦେବସ୍ନାନ ପୂର୍ଣ୍ଣିମା ସମ୍ପନ୍ନ ହୋଇଛି  । ଭଜନ କୀର୍ତନ ରହିବୋଲ ହୁଳହୁଳିରେ ମନ୍ଦିର କମ୍ପିଉଠିଥିଲା  । ମନ୍ଦିର ସଂପାଦକ ପ୍ରଭାକର ସାମଲ, ଉପାଧ୍ୟକ୍ଷ  ସୁଧାଂଶୁ ସୂତାର, ସହ ସଂପାଦକ ଜୟନ୍ତ ବଳ, କାର୍ଯ୍ୟକାରୀ ପରିଚାଳକ ବୈରାଗୀ ସାହୁ, କୋଷାଧ୍ୟକ୍ଷ ବାଲ୍ଲିକୀ ଜେନା, ସଦସ୍ୟ ସଞ୍ଜୟ ଦାଶ, ଅମର ମହାନ୍ତି, ବାଦଲ ନାୟକ ତଥା ସମସ୍ତ ସଦସ୍ୟ ଏବଂ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସହଯୋଗ କରିଥିଲେ  ।