ଓଡିଆନ୍ ନ୍ୟୁଜ

118

ଟମାଟୋ ଖାଆନ୍ତୁ – ସୁସ୍ଥ ରୁହନ୍ତୁ

Team Odian News |

ଟମାଟୋ ଖାଆନ୍ତୁ – ସୁସ୍ଥ ରୁହନ୍ତୁ 
ଭୁବନେଶ୍ୱର ,୨୮ା୬( ଓଡ଼ିଆନ୍‍ ନ୍ୟୁଜ୍‍ ):ବିଲାତି ପରିବା ଭାବେ ଜଣାଯାଉଥିବା ଟମାଟୋ କେବଳ ଯେ ତରକାରୀର ରଙ୍ଗ ଓ ସୁଆଦ ବଢ଼ାଇଥାଏ, ତା’ ନୁହେଁ। ବରଂ ସ୍ବାସ୍ଥ୍ୟ ପାଇଁ ଏହା ଏକ ସର୍ବୋତ୍ତମ ପରିବା ଭାବେ ପରିଚିତ। ଆଜିକାଲି ପ୍ରାୟତଃ ଅଧିକାଂଶ ବ୍ୟଞ୍ଜନରେ ଟମାଟୋର ଉପଯୋଗ ହେଉଛି। ଯେପରି ଟମାଟୋ ସସ୍, ଖଟା ଇତ୍ୟାଦି। ଟମାଟୋରେ ଭରପୂର ଆଣ୍ଟିଅକ୍ସିଡାଣ୍ଟ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଭିଟାମିନ୍ ‘ସି’ର ଉତ୍ତମ ସ୍ରୋତ ଭାବେ ଜଣାଯାଉଥିବା ଟମାଟୋରେ ସୋଡିୟମ୍, ଫସଫରସ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସଲଫର ଅଛି। ନିୟମିତ ଭାବେ ଖାଇଲେ କର୍କଟ ହେବାର ଆଶଙ୍କା କମ୍ ହୋଇଥାଏ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।
-ଏହାର ରସ ପିଇଲେ କିମ୍ବା ଟମାଟୋକୁ ଚକଟି ଖାଇବା ଦ୍ବାରା ଶରୀରକୁ ତୁରନ୍ତ ଶକ୍ତି ମିଳିଥାଏ ବୋଲି ପରୀକ୍ଷାରୁ ଜଣାପଡ଼ିଛି।
-ଲୋ-କ୍ୟାଲୋରୀଯୁକ୍ତ ଟମାଟୋ ଖାଇଲେ ଶରୀରର ଓଜନ ମଧ୍ୟ କମିଥାଏ। ପ୍ରଚୁର ମାତ୍ରାରେ ପାଣି ଓ ଫାଇବର୍ ଥିବା ଏହି ପରିବା ଅଳ୍ପ ପରିମାଣରେ ଖାଇଲେ ମଧ୍ୟ ପେଟ ଭର୍ତ୍ତି ହୋଇଯାଏ।
-ଏଥିରେ ଥିବା ଭିଟାମିନ୍ ଓ କ୍ୟାଲସିୟମ୍ ହାଡ଼ ମଜବୁତ୍ ହେବାରେ ସହାୟକ ହୋଇଥାଏ। ନିୟମିତ ଭାବେ ଟମାଟୋ ଖାଇଲେ ମସ୍ତିଷ୍କଜନିତ ରୋଗ ଯେପରି ବ୍ରେନ୍-ହାମରେଜ୍ ହେବାର ଆଶଙ୍କା ମଧ୍ୟ କମ୍ ହୁଏ।