ଓଡିଆନ୍ ନ୍ୟୁଜ

106

ପୁରୀରେ ବୁଲେଟ୍ରାଣୀ ଟୁଇଙ୍କିଲ୍ । ଭାରତ ଖୋଜିବା ପାଇଁ ଅଭିନବ ପ୍ରୟାସ ।

Team Odian News |

ପୁରୀରେ ବୁଲେଟ୍ରାଣୀ ଟୁଇଙ୍କିଲ୍  ।
ଭାରତ ଖୋଜିବା ପାଇଁ ଅଭିନବ ପ୍ରୟାସ  ।
 

ପୁରୀ,୨୬/୯(ଓଡ଼ିଆନ୍ ନ୍ୟୁଜ୍): ତାଙ୍କର ରେକର୍ଡ଼ ଆଶା ନାହିଁ କିମ୍ବା ପ୍ରଚାର ପାଇଁ ସେ ଭ୍ରମଣ କରୁନାହାନ୍ତି । ଭାରତରେ ଭାତୃତ୍ୱଭାବ ବଂଚିଛି, ଆଉ ଏଭଳି କିଛି ସ୍ଥାନ ଅଛି ଯେଉଁଠି ଭାରତକୁ ଆମେ ଯେମିତି ଦେଖିବାକୁ ଯାହୁଁଛେ ସେହି ସ୍ଥାନଟି ଠିକ୍ ସେହିପରି । ଏଭଳି ଏକ ଅନୁସନ୍ଧାନରେ ଭାରତର ପୂର୍ବତଟ ପରିଭ୍ରମଣ କରୁଛନ୍ତି ଗୁଜୁରାଟ କଚ୍ଛ ଅଂଚଳର ସ୍ୱର୍ଗତ ଜୟନ୍ତୀଲାଲା କାପଡ଼ି ଏବଂ ଇନ୍ଦୁମତୀ କାପଡ଼ିଙ୍କ ଝିଅ ଟୁଇଙ୍କିଲ କାପ୍ଡି । ଏବେ ସେ କୋଲକତାରୁ ଆସି ଓଡ଼ିଶାର ପୁରୀରେ ପହଁଚିଛନ୍ତି । ଏହା ପୂର୍ବରୁ ୧୫ ବର୍ଷ ଭିତରେ ୨୨ଟି ଦେଶ ଓ ୬ଟି କେନ୍ଦ୍ରଶାସିତ ଅଂଚଳ ବୁଲିସାରିଛନ୍ତି । ୩୧ ବର୍ଷୀୟ ଟୁଇଙ୍କିଲ ସାମ୍ବାଦିକତାରେ ଡ଼ିଗ୍ରିହାସଲ କରିଥିଲେ ମଧ୍ୟ ପୃଥିବୀକୁ ଅତିନିକଟରୁ ସେଖିବା ତାଙ୍କର ଆଗ୍ରହ ଭରି ରହିଛି । ତାଙ୍କର ୭ଟି ଭାଷାରେ ଦକ୍ଷତା ରହିଥିବା ବେଳେ, ଯେ କୌଣିସି ଭାଷାକୁ ଖୁବ କମ ସମୟ ଭିତରେ କରାୟତ କରି ନିଅନ୍ତି । ସେ ଅଗଷ୍ଟ ୩୦ତାରିଖରୁ କଲିକତାରୁ ବାହାରି ବାଲେଶ୍ୱର, କଟକ, ଭୁବନେଶ୍ୱର ଦେଇ ୮ତାରିଖରେ ପୁରୀରେ ପହଁଚିଥିଲେ । ଏହି ସମୟରେ ସେ କହିଥିଲେ ଆମେ ଯେଭଳି ଭାରତ ଦେଖିବାକୁ ଚାହୁଁଛେ ସେଭଳି ଭାରତ ରହିଛି  । ତାକୁ ଖୋଜି ବାହାର କରିବାର ସହ ସେହି ଭାରତରେ ଏହି ଭାରତ କିଭଳି ଲୀନ ହେଇଯିବ  । ସେଥିପାଇଁ ସମସ୍ତଙ୍କର ଉଦ୍ୟମ ରହିବା ଆବଶ୍ୟକ ବୋଲି ସେ କହନ୍ତି । ସେ ସମସ୍ତ ଯାତ୍ରା ବୁଲେଟରେ ହିଁ କରିଥାନ୍ତି । ଜଣେ ଝିଅ ବୁଲେଟରେ ରାତିଦିନ ବୁଲିବା କଷ୍ଟକର ହୋଇଥିଲେ ମଧ୍ୟ ବାପାଙ୍କ ଠାରୁ ଦୃଢ ହେବାର ପ୍ରେରଣା ପାଇଥିବାର ସେ କହନ୍ତି । ବାଲେଶ୍ୱରରୁ ପୁରୀ ଆସିବା ପାଇଁ ତାଙ୍କୁ ୮ଦିନ୮ରାତି ଲାଗିଥିଲା  । ସର୍ବାଧିକ ରାତି ସାଧାରଣ ଲୋକଙ୍କ ଘରେ କରିଥିବା ବେଳେ ସର୍ବାଧିକ ଦିନ ସମୟ ବିଭିନ୍ନ ଲୋକମାନଙ୍କ ସହିତ ସମୟ ଅତିବାହିତ କରିଛନ୍ତି  । ଏବେବି ଭାତୃଭାବ ବଂଚିଛି  । ସମାଜର ପରିସ୍ଥିତି ଦେଖି ଭଦ୍ରଲୋକମାନେ ନିଜର ଦୁଆର ବନ୍ଦ କରିଦେଇଛନ୍ତି  । ସେଥିପାଇଁ ଅପରାଧ  ଘଟୁଛି  । ସେହି ସବୁ ଭଦ୍ରଲୋକମାନଙ୍କର ଦୁଆର ଖୋଲିବାକୁ ପଡ଼ିବ  ।  କେତେବେଳେ ସାଧାରଣ ଲୋକଙ୍କ ସହ ସମୟ ବିତାଇଛନ୍ତିତ କେଉଁଠି ଲୋକ ତାଙ୍କୁ କବାଟ ବନ୍ଦ କରି ଦେଇଛନ୍ତି । ବେଳେ କେତେକ ଅଭିଜ୍ଞତା ନେଇ ସେ ଫେରିଛନ୍ତି  । ହେଲେ ସେ କହନ୍ତି ପିଲାଦିନେ ବାପାଙ୍କ ଠାରୁ ଦୁନିଆ ବୁଲିବାର ଯେଉଁ ସ୍ୱପ୍ନ ଦେଖିଥିଲେ ହେଲେ ସେହି ଅଭିଜ୍ଞତା ବାପାଙ୍କ ପାଖରେ କହିବା ପାଇଁ ତାଙ୍କ ପାଖରେ ବାପା ନାହାଁନ୍ତି   । ଠାକୁର ତାଙ୍କୁ ମୋଠାରୁ ଛଡ଼ାଇ ନେଇଛନ୍ତି ବୋଲି ଦୁଃଖଭରା କଣ୍ଠରେ କହନ୍ତି  ଟୁଇଙ୍କିଲ  । ତାଙ୍କର ଏହି ପ୍ରୟାସ ଅନ୍ୟ ଝିଅଙ୍କ ପାଇଁ ଏକ ସୁନ୍ଦର ଉଦାହରଣ ।