ଓଡିଆନ୍ ନ୍ୟୁଜ

156

ଦୁଇଟି ନାଁ, ଗୋଟିଏ ଗାଁ ଫାଳେ ଓଡ଼ିଶାର ଆଉ ଫାଳେ ଝାଡ଼ଖଣ୍ଡର

Team Odian News |

ଦୁଇଟି ନାଁ, ଗୋଟିଏ ଗାଁ
ଫାଳେ ଓଡ଼ିଶାର ଆଉ ଫାଳେ ଝାଡ଼ଖଣ୍ଡର
ସରୋଜ ବେହେରାଙ୍କ ରିପୋର୍ଟ 
ମୟୂରଭଞ୍ଜ, ୩୦ା୬( ଓଡ଼ିଆନ୍‍ ନ୍ୟୁଜ୍‍ ):
ଓଡିଶାରେ ଏମିତି ଏକ ଗାଁ ଅଛି  ଗାଁ ଦାଣ୍ଡ ଏପଟେ ଓଡିଶା ଆଉ ଦାଣ୍ଡ ଫାଳକ ସେପଟେ ଝାରଖଣ୍ଡର  । ଲମ୍ବି ରହିଛି ଗାଁ ଦାଣ୍ଡ । ଘରକୁ ଘର ଲାଗି ରହିଛି ଗାଁ  । ପରସ୍ପର ଦୁଇ ଦାଣ୍ଡର ଲୋକମାନେ ରାତି ପାହିଲେ ମୁହଁ  ଦେଖାଦେଖି ପୁଣି ସାଇପଡ଼ିଶା ଭଳି ଚଳଣି  । କଥାବାର୍ତା ସହିତ ବସାଉଠା  । ସାଙ୍ଗସାଥୀ ଭାବର ଆଦାନ ପ୍ରଦାନ  । ହେଲେ ଦୁଇ ଫାଳ ଗାଁ ଦାଣ୍ଡ ହିଁ ସେମାନଙ୍କୁ କରିଦେଇଛି ଦୁଇଟି ରାଜ୍ୟର ଦୁଇଟି ଗାଁ  । ହେଲେ କେହି ଦେଖିଲେ, ଜାଣିପାରିବେନି ଗାଁର ଭୁଗୋଳ ଆଉ ଗାଁ ନାଁ ଅଲଗା ବୋଲି  । ତଥାପି ଦୁଇଟି ନାଁ ରେ ଗୋଟିଏ ଗାଁର ଅଧିବାସୀ ଭଳି ଚଳିଆସୁଛନ୍ତି ଗ୍ରାମବାସୀ  । ଏମିତି ଗାଁ ହେଉଛି । ମୟୂରଭଞ୍ଜ ଜିଲାର ରରୁଆଁ ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଡେଣୁଆ ଗ୍ରାମ ।  ଏହି ଗ୍ରାମରେ ୨୫ଟି ପରିବାର ବସବାସ କରନ୍ତି । ସେଥିରୁ ଲୋକସଂଖ୍ୟା ପ୍ରାୟ ୨୦୦ରୁ ଅଧିକ ରହିବେ । ରାସ୍ତାର ଅପର ପକ୍ଷେ ଝାରଖଣ୍ଡ ରାଜ୍ୟର ମଝିଗାଁ ବ୍ଲକ୍ର ଅଙ୍ଗାରପଦା ପଞ୍ଚାୟତର ବାଲିବନ୍ଧ ଗ୍ରାମ  । ସେହି ଗ୍ରାମରେ  ପ୍ର୍ରାୟ ୩୦ଟି ପରିବାର  ରହୁଥିବାବେଳେ ୨୨୦ରୁ ଅଧିକା ଲୋକସଂଖ୍ୟା ରହିଛନ୍ତି । ଏହି ଦୁଇ ଗାଁକୁ ଦେଖିଲେ ଯେ କୌଣସି ଲୋକ ଭାବିବ ଏହା ଗୋଟିଏ ଗାଁ  । ଦୁଇଟି ଗାଁ ହେଲେ ମଧ୍ୟ ଗୋଟିଏ ଜାତିର ଲୋକ ବସବାସ କରୁଛନ୍ତି । ସମସ୍ତେ ଆଦିବାସୀ ହୋଇଥିବା ବେଳେ ଦୁଇଟି ରାଜ୍ୟର ଲୋକ ହୋଇଥିଲେ ମଧ୍ୟରେ  କେବେ ଭାବନ୍ତି ନାହିଁ  ଆମେ ଦୁଇଟି ଗାଁର ବୋଲି । ସମସ୍ତେ ମିଳିମିଶି ଚଳିବା ସହିତ  ବିପଦ ଆପଦରେ ସମସ୍ତେ ସାମିଲ ହୁଅନ୍ତି ଏକାଠି । ଦୁଇଟି ଗାଁ କୁ ବିଦ୍ୟୁତ ସେବା ସରକାରଙ୍କ ତରଫରୁ ଯୋଗାଇ ଦିଆ ଯାଇଛି । କିନ୍ତୁ ଦୁଇ ରାଜ୍ୟର ବିଜୁଳି ଖୁଂଟଣ୍ଟ ଦେଖିରେ ସହଜରେ ଜାଣି ହେବ ବିଜୁଳିଖୁଂଟଣ୍ଟ ଭିନ୍ନ ପ୍ରକାରର । ଓଡିଶା ଗ୍ରାମରେ କୌଣସି ବୋର୍ଡ ନଥିବାବେଳେ ଝାରଖଣ୍ଡର ହିନ୍ଦି ଭାଷାରେ ବୋର୍ଡ ରହିଛି । ଝାରଖଣ୍ଡ ରାଜ୍ୟର ବାଲିବନ୍ଧ ଗ୍ରାମରେ କିରୋସିନ ·ଉଳ, ଗହମ, ଚିନି ପ୍ରଭୃତି ଗାଁରେ ଦିଆ ଯାଉଥିôବାବେଳେ ଓଡିଶାରେ କିନ୍ତୁ  ପଞ୍ଚାୟତ ରେ ଦିଆଯାଉଛି । ଏହାକୁ ନେଇ ଗ୍ରାମବାସୀ କହିଛନ୍ତି ଯେ ·ଉଳ, ଗହମ , କିରସିନି ପ୍ରଭୃତି ପଞ୍ଚାୟତରେ ପାଉଥିବା ରୁ ଅନେକ ଅସୁବିଧା ସୃଷ୍ଟି ହେଉଛି । ଝାରଖଣ୍ଡ ରାଜ୍ୟରେ ତାଙ୍କ ଗାଁରେ ତାଙ୍କୁ ମିଳୁଥିବାବେଳେ  ଆମେ କାମଧନ୍ଦାଛାଡି ପଞ୍ଚାୟତକୁ ଯିବା ପାଇଁ  ବାଧ୍ୟ ହେଉଛୁ । କେବଳ ସେତିକି ନୁହେଁ ଓଡିଶାରେ ବାର୍ଦ୍ଧକ୍ୟ ଭତା ୩୦୦ ଟଙ୍କା ଥିବାବେଳେ ଝାରଖଣ୍ଡରେ ୬୦୦ ଟଙ୍କା ରହିଛି । କେବଳ ଭତା କିମ୍ବା ·ଉଳ କଥା ନୁହେଁ ବିଦ୍ୟୁତ ସେବାରେ ମଧ୍ୟ ଅନେକ ପାର୍ଥକ୍ୟ ରହିଛି । ଆମର ପ୍ରତି ମାସରେ ଅଳ୍ପ ବ୍ୟବହାରେ ମଧ୍ୟ ଅଧିକା ବିଲ ଦେବାକୁ ପଡୁଛି । କିନ୍ତୁ ଝାରଖଣ୍ଡର ବାଲି ବନ୍ଧ ଗ୍ରାମରେ ବିଜୁଳି ସେବା ସମ୍ପୁର୍ଣ୍ଣ ମାଗଣା ମିଳୁ ଥିବାର ଗ୍ରାମ ବାସୀ ପ୍ରକାଶ କରିଛନ୍ତି । କିନ୍ତୁ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରର ପଛୁଆ ରହିଛି ଝାରଖଣ୍ଡ  । ବାଲିବନ୍ଧ ଗ୍ରାମର ଯେତେ ଛାତ୍ର ଛାତ୍ରୀ ଅଛନ୍ତି ଡେଣୁଆ  ଗ୍ରାମରେର ଥିବା ବିଦ୍ୟାଳୟରେ ପାଠ ପଢୁଛନ୍ତି । ଆଉ ଦେହ ଖରାପ ହେଲେ ରରୁଆଁ କିମ୍ବା କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଡାକ୍ତରଖାନାରେ ସଦା ସର୍ବଦା ନିର୍ଭର କରିବାକୁ ପଡୁଛି । ସବୁଠାରୁ ଗୁରୁତପୂର୍ଣ୍ଣ କଥା ହେଉଛି ଯେ ଯେତେବେଳେ ସୀମା  କରାଯାଇଥିାଏ   । ସେତେବେଳେ ନଦୀ କିମ୍ବା ନାଳକୁ ନେଇ ଜିଲ୍ଲା କିମ୍ବା ରାଜ୍ୟର ସୀମା ନିର୍ଦ୍ଧାରିତ କରିଥାନ୍ତି । କିନ୍ତୁ ଏଠାରେ ସେପରି ହୋଇନଥିବାରୁ  ଅଧିକାଂଶ ଲୋକ ଗୋଟିଏ ଗାଁ ଭାବି ଚଳୁଛନ୍ତି ।