ଓଡିଆନ୍ ନ୍ୟୁଜ

205

ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡରୁ ହଟିବ ହୋଡ଼ିଂ

Team Odian News |

ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡରୁ ହଟିବ ହୋଡ଼ିଂ
ଅକ୍ଷୟ ସ୍ୱାଇଁଙ୍କ  ରିପୋର୍ଟ
ପୁରୀ,୧ା୭( ଓଡ଼ିଆନ୍‍ ନ୍ୟୁଜ୍‍ )
ଆସନ୍ତା ୧୪ ତାରିଖରେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତହେବ । ହେଲେ ରଥଯାତ୍ରା ପୂର୍ବରୁ ବଡ଼ ଦାଣ୍ଡରେ ଲାଗିଥିବା ବଡ଼ ବଡ଼ ହୋଡ଼ିଂ ଗୁଡ଼ିକୁ କାଢ଼ିଦେବା ପାଇଁ ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲା ନିର୍ଦ୍ଦେଶ ଦେଇଛନ୍ତି  । ବଡ଼ ଦାଣ୍ଡରୁ ବଡ଼ଦେଉଳର ନୀଳଚକ୍ର ସହିତ ପତିତପାବନ ବାନା ଦର୍ଶନରୁ ବାଧା ଉପୁଜିଥିବା କାରଣରୁ ଶହଶହ ଭକ୍ତମାନେ ନିରାଶ ହେଉଥିଲେ  । ତେଣୁ ଦୀର୍ଘଦିନ ହେବ ଭକ୍ତମାନେ ବଡ଼ ଦାଣ୍ଡରୁ ହୋଡ଼ିଂ ଗୁଡ଼ିକ ହଟାଇଦେବା ପାଇଁ ଦାବୀ କରୁଥିଲେ  । ବହୁ ପୂର୍ବରୁ ଆର୍ଡ଼ିସି ଅରବିନ୍ଦ ପାଢ଼ୀ  ମଧ୍ୟ ବଡ଼ ଦାଣ୍ଡରୁ ହୋଡ଼ିଂ ଗୁଡ଼ିକ ଉଠାଇଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ, ହେଲେ ତାହା ଆଜି ପର୍ଯନ୍ତ କାର୍ଯ୍ୟକାରୀ ହୋଇପାରି ନଥିଲା  । ହେଲେ ପୁରୀ ଜିଲାପାଳଶ୍ରୀ ଅଗ୍ରୱାଲା ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  । ଯେଉଁ କୋଠା ଘର ଗୁଡ଼ିକ ଉପରେ ହୋଡ଼ିଂ ଲଗାଯାଇଛି, ସଂପୃକ୍ତ ମାଲିକ ମାନଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଅବଗତ କରାଯାଇଛି  ।   ଜିଲାପାଳଙ୍କ ନିର୍ଦ୍ଦେଶ ଯଦି କାର୍ଯ୍ୟକାରୀ ହୁଏ, ତେବେ ଆସନ୍ତା ରଥଯାତ୍ରା ପୂର୍ବରୁ ବଡ଼ ଦାଣ୍ଡରୁ ବଡ଼ ବଡ଼ ହୋଡ଼ିଂ ଉଠିବା ଏକ ପ୍ରକାର ନିଶ୍ଚିନ୍ତ ହୋଇପଡ଼ିଛି  ।