ଓଡିଆନ୍ ନ୍ୟୁଜ

124

୫ ବର୍ଷରେ ୨୯୮ ଭାରତୀୟଙ୍କୁ ପାକିସ୍ଥାନରେ ନାଗରିକତା ପ୍ରଦାନ, ରହସ୍ୟ କଣ ?

Team Odian News |

୫ ବର୍ଷରେ ୨୯୮ ଭାରତୀୟଙ୍କୁ ପାକିସ୍ଥାନରେ ନାଗରିକତା ପ୍ରଦାନ, ରହସ୍ୟ କଣ ? 
ଦିଲ୍ଲୀ,୨୬/୯(ଓଡ଼ିଆନ୍ ନ୍ୟୁଜ୍):  ଗତ ୫ ବର୍ଷ ଭିତରେ ପାକିସ୍ଥାନ ୨୯୮ ଜଣ ଭାରତୀୟଙ୍କୁ ପାକିସ୍ଥାନରେ ସ୍ଥାୟୀ ଭାବେ ବସବାସ କରିବା ପାଇଁ ନାଗରିକତା ମିଳିିଛି  । ପାକିସ୍ଥାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଅନୁଯାଇ ଗତ ଏପ୍ରିଲ ୧୪, ୨୦୧୨ ଠାରୁ ୨୦୧୭ ମଧ୍ୟରେ ଭାରତରୁ ଆସି ପାକିସ୍ଥାନରେ ବସବାସ କରୁଥିବା ୨୯୮ ଜଣ ଭାରତୀୟ ନାଗରିକଙ୍କୁ ପାକିସ୍ଥାନରେ ସ୍ଥାୟୀ ଭାବେ ବସବାସ କରିବା ପାଇଁ ନାଗରିକତା ପ୍ରଦାନ କରିଛି  । ଏ ସଂପର୍କରେ ପାକିସ୍ଥାନ ପାର୍ଲ୍ୟାମେଟଂରେ, ମୁସିଲିମ୍ ଲିଗ୍ ନେତା ତଥା ସାଂସଦ ସେଖ୍ ରୋହେଲ ଅସଗର ଏକ ପ୍ରଶ୍ନର ଉତରରେ ପାକିସ୍ଥାନ ସରକାର ଏହି ଖବର କହିଛନ୍ତି  । ପାକିସ୍ଥାନର ଖବରକାଗଜ ଏକ୍ସପ୍ରେସ୍ ଟ୍ରିବିୟୁନ୍ ଅନୁସାରେ ୨୦୧୨ରେ ୪୮ ଭାରତୀୟଙ୍କୁ ନାଗରିକତା ମିଳିଥିବା ବେଳେ   ୨୦୧୩ରେ ୭୫ ଏବଂ ୨୦୧୪ରେ ୭୬ରେ ପହଚିଥିଲା  । କିନ୍ତୁ ଏହି ସଂଖ୍ୟା ୨୦୧୫ରେ ୧୫ରେ ସୀମିତି ରହିଥିଲା  । ୨୦୧୬ରେ ଏହା ପୁଣି ବୃଦ୍ଧି ପାଇ ୬୯ରେ ପହଚିଥିଲା  ।  ହେଲେ ଏଠାରେ ପ୍ରଶ୍ନ ଉଠେ ଯେ, କେଉଁ ଭାରତୀୟମାନେ ପାକିସ୍ଥାନରେ ନାଗରିକତ୍ୱ ପାଇଁ କାହିଁକି ଏତେ ବ୍ୟଗ୍ର  । ପାକିସ୍ଥାନ ଭଳି ଆତଙ୍କବାଦ୍ ରାଷ୍ଟ୍ରରେ ଏହି ନାଗରିକମାନେ ନିଜକୁ କେତେ ସୁରକ୍ଷିତ ରଖିପାରିବେ ? ତାଙ୍କର ଅସଲ ଉଦ୍ଦେଶ୍ୟ କଣ ଥାଇପାରେ  । ଭାରତ ଭଳି ଦେଶକୁ ଛାଡ଼ି ପାକିସ୍ଥାନ ଭଳି ଦେଶରେ ନାଗରିକତା ପାଇବା ପାଇଁ ବ୍ୟଗ୍ର  । ଯେଉଁ ଦେଶରେ ନାଗରିକତା ଏତେ ସହଜ ବ୍ୟାପାର ନୁହେଁ  । କିନ୍ତୁ ସନ୍ଦେହ ପ୍ରକାଶ ପାଉଛିଯେ, ଆତଙ୍କୀକୁ ଭଲ ପାଉଥିବା ଲୋକମାନେହିଁ ଏଭଳି ଦେଶାନ୍ତର ପାଇଁ ଚିନ୍ତାକରିଥାଇପାରନ୍ତି  ।