ଓଡିଆନ୍ ନ୍ୟୁଜ

164

ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି:ଦାୟିତ୍ୱରେ ରହିବେ ୧୧୫ ପ୍ଲାଟୁନ୍ ଫୋର୍ସ ଏବଂ ୮୧୦ ଅଫିସର ।

Team Odian News |

ରଥଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି:ଦାୟିତ୍ୱରେ ରହିବେ ୧୧୫ ପ୍ଲାଟୁନ୍ ଫୋର୍ସ ଏବଂ ୮୧୦ ଅଫିସର  । 
ପୁରୀ,୩ା୭( ଓଡ଼ିଆନ୍‍ ନ୍ୟୁଜ୍‍ ) ଆସନ୍ତା ୧୪ ତାରିଖରେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତହେବ । ଆଉ ବାକି ରହଲା ମାତ୍ର ୧୧ ଦିନ  । ଏଥିପାଇଁ ପ୍ରଶାସନିକସ୍ତରରେ ବ୍ୟାପକ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି  । ଆଇନ୍ ଶୃଙ୍ଖଳା, ପାନୀୟଜଳ, ବିଦ୍ୟୁତ୍ ବିଭାଗ, ପରିମଳ, ରାସ୍ତାଘାଟ ସହିତ ପରିବହନ ସଂପର୍କରେ ବିଷଦଭାବେ ଅ।।ଲୋଚନା କରିଥିଲେ ଜିଲାପାଳ ଅରବିନ୍ଦ ଅଗ୍ରୱାଲା, ଏସ୍ପି ସାର୍ଥକ ସଡ଼ଙ୍ଗୀ ଏବଂ ଡ଼ିଜିପି ଡ଼ାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହିତ ବହୁ ଉଚ୍ଚ ଅଧିକାରୀମାନେ  ସମୀକ୍ଷା ବୈଠକରେ ଯୋଗଦେଇ ଆଲୋଚନା କରିଥିଲେ  । ରଥଯାତ୍ରା ସମୟରେ ୧୧୫ ପ୍ଲାଟୁନ୍ ଫୋର୍ସ, ୮୧୦ ଅଫିସର, କମାଣ୍ଡାଟ୍ ୧୨ ଜଣ ସହକାରୀ ୧୪ ଜଣ, ସହକାରୀ ଅଧିକାରୀ ୬୦ ଜଣ ଦାୟିତ୍ୱରେ ରହିବେ  । ଏହା ସହିତ ତଟରକ୍ଷୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯିବ  । ଆଇଜି ସଞ୍ଜିବ ପଣ୍ଡା ଟ୍ରାଫିକ୍, ମନ୍ଦିର ଆଭ୍ୟନ୍ତରିଣ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ର୍ରିୟଦର୍ଶୀ, ଭିଡ଼ ନିୟନ୍ତ୍ରଣ ଆଇଜି ଅସିତ୍ ପାଣିଗ୍ରାହୀଙ୍କ ସହିତ ରଥଯାତ୍ରା ନିୟନ୍ତୟଣ ପାଇଁ ଏଡ଼ିଜି ସତ୍ୟଜିତ୍ ମହାନ୍ତିଙ୍କୁ ସଂପୂର୍ଣ୍ଣ ଦାୟିତ୍ୱ ଦିଆଯିବ ବୋଲି ପ୍ରସ୍ତୁତି ବୈଠକରେ ସୂଚନା ମିଲିଛି  ।