ଓଡିଆନ୍ ନ୍ୟୁଜ

130

ସାନିଟାରି ନାପକିନ୍‍ ପାଇଁ ପାୟଲଙ୍କ ସଂର୍ଘଷମୟ ଜୀବନ

Team Odian News |

ସାନିଟାରି ନାପକିନ୍‍ ପାଇଁ ପାୟଲଙ୍କ ସଂର୍ଘଷମୟ ଜୀବନ 
ସରସିନୀ ସୁବୁଦ୍ଧିଙ୍କ ସ୍ୱତନ୍ତ୍ର ରିପୋର୍ଟ
ଭୁବନେଶ୍ୱର,୫ା୭( ଓଡ଼ିଆନ୍‍ ନ୍ୟୁଜ୍‍ ):
ଦୁନିଆ ଯେତେ ଆଗକୁ ବଢିଥିଲେ ମଧ୍ୟ ଏବେ ବି  ମହିଳାମାନେ ସେମାନଙ୍କ ମାସିକ ଧର୍ମକୁ ନେଇ କୌଣସି ଅଲୋଚନା କରିବା ପାଇଁ ଲଜ୍ୟା ପ୍ରକାଶ କରିଥାନ୍ତି । ବିଶେଷ କରି ଗାଁମାନଙ୍କରେ ଏହା ଏକ ଗୁପ୍ତକଥା । ସହରମାନଙ୍କରେ ସାନିଟାରି ନାପକିନ୍‍ର ବ୍ୟବହାର ହେଉଥିଲେ ମଧ୍ୟ ଗାଁ ଗୁଡ଼ିକରେ ଏହାକୁ ମହିଳା ଓ କିଶୋରୀମାନେ ବହୁତ କମ୍‍ ବ୍ୟବହାର କରନ୍ତି । ସେମାନଙ୍କୁ କିଣିବାକୁ ଓ ବ୍ୟବହାର କରିବାକୁ ଲାଜଲାଗିଥାଏ ।  ହେଲେ ଝାରସୁଗୁଡା ଭଳି ଗୋଟିଏ ଆଦିବାସୀ ଅଧୁସିତ ଅଞ୍ଚଳରେ  ସାନିଟାରି ନାପକିନ୍‍ ବ୍ୟବହାର ସ୍ୱପ୍ନ ଭଳି କହିଲେ ଚଳେ । ହେଲେ ସେହି ଅଞ୍ଚଳର ଝିଅ ପାୟଲ ପଟେଲ ନିଜ ଅଞ୍ଚଳରେ ସାନିଟାରି ନାପକିନ୍‍ର ବ୍ୟବହର ପାଇଁ  ଅଣ୍ଟା ଭିଡ଼ିଛନ୍ତି । ଦୃଢ ଇଚ୍ଛା ଶକ୍ତି ଓ ନିଜ ପ୍ରଚେଷ୍ଟାରେ “ହାଇଜିନ୍‍” ନାମରେ ତିଆରି କରୁଛନ୍ତି ସାନିଟାରି ନାପକିନ୍‍  । ନିଜ ଉଦ୍ୟମରେ ଖୋଲିଛନ୍ତି ଏକ ସାନିଟାରି ନାପକିନ୍‍ ଫ୍ୟାକ୍ଟିର  । ଏହାସହ ସହ ତାଙ୍କରି ଉଦ୍ୟମରେ ନିଜ ଅଞ୍ଚଳର ୬ ଜଣ ମହିଳା ରୋଜଗାବେଳେ ର କ୍ଷମ ହୋଇପାରିଥିବା ବେଳେ ଶହ ଶହ ମହିଳା ସାନିଟାରି ନାପକିନ୍‍ ବ୍ୟବହାର କରିବା ସକ୍ଷମ  ହୋଇଛନ୍ତି ।
ନିଆରା କରିବାର ଇଛା ସଫଳତା ଦେଇଛି  ।
ପାୟଲଙ୍କ ଘର ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ବାଗଡ଼ିହ ଗ୍ରାମରେ । ବୟସ ମାତ୍ର ୨୩ ବର୍ଷ  । ମା’ ସବିତା ଓ ପିତା ପ୍ରସାନ୍ତ ପଟେଲଙ୍କର ଏକମାତ୍ର ଝିଅ । କିଛି ବର୍ଷତଳେ କର୍କଟରୋଗରେ ପିଡ଼ିତ ହୋଇ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ମା’ହିଁ ତାଙ୍କର ସାହା ଭରସା   । ପାୟଲ ଓ ତାଙ୍କ ମା’ବାପା  ସବୁବେଳେ  ଚାହୁଁଥିଲେ ଯେ କିଛି ନିଆର କାମ ସେ କରନ୍ତୁ ଓ ସମାଜରେ ଲୋକଙ୍କ ମଙ୍ଗଳ ହେଲା ଭଳି କାମକରନ୍ତୁ  । ବାପାଙ୍କ ମୃତ୍ୟୁ ବେଳକୁ ପାୟଲ +୩ ଶ୍ରେଣୀରେ ପଢୁଥିବା ବେଳେ ନିଜ ପଢା ଶେଷ କରି ୨୦୧୬ ମସିହାରେ ବେଲପାହଡ଼ ସ୍ଥିତ ଗ୍ରାମୀଣ କର୍ମନିଯୁକ୍ତି ସଂସ୍ଥା ଓ ପରେ ମୁମ୍ବାଇରେ ତାଲିମି ନେଇଥିଲେ  । ଏହାପରେ ସାନିଟାରି ନାପକିନ କମ୍ପାନୀ ପାଇଁ ଚିନ୍ତା କରିଥିଲେ  । ତାଙ୍କର ଏହି କାମକୁ ସମସ୍ତେ ବିରୋଧ କରିବେ ଜାଣି ସେ ନିଜ ମା’ଙ୍କୁ କେବଳ ଏହି ବିଷୟରେ ଜଣେଇଥିଲେ  । ମା ମଧ୍ୟ ଝିଅର ନିଷ୍ପତିରେ ଆପତି କରିନଥିଲେ ବରଂ ସାହଶ ଦେଇଥିଲେ ।  କମ୍ପାନୀ ସ୍ଥାପନ ପାଇଁ  ୧୨ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ  ହୋଇଥିବା ବେଳେ ବ୍ୟାଙ୍କରୁ ୮ଲକ୍ଷର ଋଣ ଓ ନିଜ ପରିବାରର ଫସଲରୁ ମିଳୁଥିବା ଟଙ୍କା, ବନ୍ଧୁବାନ୍ଧବଙ୍କଠୁ ଧାର ଉଧାର ନେଇ କମ୍ପାନୀ ଛିଡ଼ା କରିଥିଲେ ପାୟଲ  ।  
 ବଦଳାଇଛନ୍ତି ନିଜ ଅଞ୍ଚଳର ୭୦ ପ୍ରତିଶତ ମହିଳାଙ୍କୁ 
ଦୁଇବର୍ଷ ହେବ କମ୍ପାନୀ କରିଥିଲେ ମଧ୍ୟ କିଛି ମାସ ବିଭିନ୍ନ କାରଣରୁ ତାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା । ଜିନିଷର ଭାଗମାପ ସହ ସେଫ ଠିକ୍‍ରେ ହେଉ ନଥିଲା । ଏବେ ସେ ସମସ୍ୟା ନାହିଁ   । ହେଲେ ବଜାରର ନିଜ ଉତ୍ପାଦର ବିକ୍ରି ତାଙ୍କ ପାଇଁ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ଅନ୍ୟ କମ୍ପାନୀର ସାନିଟାରି ନାପକିନ୍‍ ଭଳି ପାୟଲ ପ୍ରସ୍ତୁତ କରୁଥିବା ନାପକିନ୍‍ ସଂକ୍ରମଣ ମୁକ୍ତ, ମଜଭୁତ, ମିଶ୍ରିତ ହୋଇପାରିବ, ପାଶ୍ୱପ୍ରତିକ୍ରିୟା ନାହିଁ ତଥାପି ବଜାରରେ ଭଲଭାବରେ ପ୍ରତିଷ୍ଠିତ ହେବା ପାଇଁ ତାଙ୍କ ପାଖେ ସୁଯୋଗ ନାହିଁ । ସରକାରଙ୍କ ଖୁସି ଯୋଜନାରେ ସେ ସାମିଲ ହେବାକୁ ଚାହିୁଁଥିଲେ ମଧ୍ୟ ତାଙ୍କ କମ୍ପାନୀ ୩ବର୍ଷ ପୂରଣ କରି ନଥିବାରୁ ଓ ଅନ୍ୟ କିଛି କାରଣ ଦେଖାଇ ଏଥିରେ ସାମିଲ କରାଯାଇ ପାରିବ ନାହିଁ ବୋଲି ତାଙ୍କୁ କୁହାଯାଉଛି । ଯଦି ଖୁସି ଯୋଜନାରେ ତାଙ୍କୁ ସାମିଲ କରାଯାଆନ୍ତା ବା ତାଙ୍କ ଉତ୍ପାଦ ବିକ୍ରି ପାଇଁ ବଜାର ବ୍ୟବସ୍ଥା ମିଳନ୍ତା ତେବେ ସେ ନିଜ ଅଞ୍ଚଳର ୪୦ରୁ୫୦ ମହିଳାଙ୍କୁ କର୍ମନିଯୁକ୍ତି ଦେଇ ପାରନ୍ତେ ବୋଲି କୁହନ୍ତି ପାୟଲ । ଏହାସହ ପାୟଲ କୁହନ୍ତି ମୋର କମ୍ପାନୀ ହେବା ପରେ ଆମ ଅଞ୍ଚଳର ୬୦ରୁ୭୦ ଭାଗ ମିହିଳା ଏବେ ସାନିଟାରି ନାପକିନ୍‍ ବ୍ୟବହାର କରୁଛନ୍ତି । ଯାହାକି ଆଗରୁ ୨ରୁ୩ ପ୍ରତିଶତ ଥିଲା । ଆରମ୍ଭରୁ ମୋ କାମକୁ ନେଇ ଯେଉଁ ଭଳି କଟାକ୍ଷ କରାଯାଉଥିଲା ଏବେ ସେଭଳି ନାହିଁ ମୋ କାମକୁ ପ୍ରସଂଶା ମିଳୁଛି । ମୋ ମା’ଙ୍କ ସହଯୋଗ ପାଇଁ ମୁଁ ଏଠାରେ ପହଁଚି ପାରିଛି ବୋଲି ସେ କୁହନ୍ତି । ଏହାସହ ସେ କୁହନ୍ତି ଯଦି ବଜାର ବ୍ୟବସ୍ଥା ଭଲ ହୁଅନ୍ତା ମୋ ଭଳି ଅନ୍ୟ କେତକ ଶିକ୍ଷିତ ଯୁବକ ଯୁବତୀ ନିଜର କମ୍ପାନୀ ଖୋଲି ରୋଜଗାର କରିପାରନ୍ତେ । ପାୟଲଙ୍କ ଏହି ପ୍ରୟାସ ସତରେ ଏକ ନୂଆ ସକାଳ ଆଣିବାରେ ସହାୟ ହେବ ।