ଓଡିଆନ୍ ନ୍ୟୁଜ

181

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଟମାଟୋ ମାଡ଼

Team Odian News |

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଟମାଟୋ ମାଡ଼
ପୁରୀ ,୬/୭( ଓଡ଼ିଆନ୍‍ ନ୍ୟୁଜ୍‍ ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଉପରକୁ ଟମାଟୋ ମାଡ଼। ରଥଯାତ୍ରା ଶେଷ ସମନ୍ୱୟ କମିଟି ବୈଠକରେ ଯୋଗ ଦେବା ଲାଗି ମୁଖ୍ୟମନ୍ତ୍ରୀ ଆଜି ପୁରୀ ଆସିଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଟମାଟୋ ମାଡ଼ ହୋଇଛି।ଚକ୍ରତୀର୍ଥ ରୋଡ୍‌ସ୍ଥିତ ଆର୍‌ଟିଓ କାର୍ୟ୍ୟାଳୟ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍‌ ଉପରକୁ ଟମାଟୋ ଫିଙ୍ଗା ଯାଇଛି।ସେଠାରେ ମୁତୟନ ହୋଇଥିବା ପୁଲିସ ବିକ୍ଷୋଭକାରୀଙ୍କୁ ଧରି ନେଇଥିବା ଜଣାପଡ଼ିଛି ,କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା।