ଓଡିଆନ୍ ନ୍ୟୁଜ

125

ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ

Team Odian News |

ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ 
ପୁରୀ ,୬/୭( ଓଡ଼ିଆନ୍‍ ନ୍ୟୁଜ୍‍ ): ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଗସ୍ତରେ ଆସି ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭକ୍ତଙ୍କ ସୁରକ୍ଷା ସରକାରଙ୍କ ଦାୟିତ୍ବ। ରଥଯାତ୍ରା ଯେପରି ଶୃଙ୍ଖଳିତ ଭାବରେ ସମ୍ପନ୍ନ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ସେବକଙ୍କ ସହଯୋଗ ଲୋଡିଛନ୍ତି। ବୈଠକରେ ରଥ ନିର୍ମାଣ, ରାସ୍ତା ମରାମତି, ନାଳନର୍ଦ୍ଦମା ସଫେଇ,  ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍, ପରିବହନ, ସ୍ବାସ୍ଥ୍ୟ ଓ ଚିକିତ୍ସା ସୁବିଧା ଉପରେ ଗୁରୁତ୍ବ ଦିଆଯାଇଛି। ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, ଆଇନମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ପୁଲିସ ମହାନିର୍ଦେଶକ ଡ.ରାଜେନ୍ଦ୍ର ଶର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଡ.ଶାଶ୍ବତ କୁମାର ଷଡ଼ଙ୍ଗୀ ଉପସ୍ଥିତ ଥିଲେ।