ଓଡିଆନ୍ ନ୍ୟୁଜ

181

ଶିମିଳିପାଳର ହାତୀ ମୋର ସାଥୀ

Team Odian News |

ଶିମିଳିପାଳର ହାତୀ ମୋର ସାଥୀ
ସରୋଜ ବେହେରାଙ୍କ ରିପୋର୍ଟ 
ମୟୂରଭଞ୍ଜ, ୭ା୭( ଓଡ଼ିଆନ୍‍ ନ୍ୟୁଜ୍‍ ): 
ହାତୀ ମୋର ସାଥୀ  । ଏଭଳି ଉକ୍ତି ଆଜି ଶିମିଳିପାଳ ଜଙ୍ଗଲରେ ଦେଖିବାକୁ ମିଳିଛି  । ଜଙ୍ଗଲକୁ ଜଗିବା ସହିତ କାଠ ମାଫିଆଙ୍କୁ ଧରିବାରେ ସହାୟକ ହେଉଛି  । କେବଳ ସେତିକି ନୁହେଁ , ବାତ୍ୟା କିମ୍ବା ବଡ଼ ବଡ଼ଗଛ ଉପୁଡ଼ି ପଡ଼ିଲେ, ଜଙ୍ଗଲ ରାସ୍ତାକୁ ଗଛ ଗୁଡ଼ିକୁ ଅବରୋଧ ହଟାଇବାରେ ମଧ୍ୟ କରୁଛି ସହଯୋଗ  । ଏବେ ବନକର୍ମଚାରୀଙ୍କ ଅତି ଆଦରର ସାଥୀ ପାଲଟିଛି ମହେନ୍ଦ୍ର  । ସବୁଠାରୁ ବଳବାନ ଏବଂ ଅଧିକା ସମୟଧରି କାର୍ଯ୍ୟ କରୁଥିବା ହାତୀ ହେଉଛି ମହେନ୍ଦ୍ର । ମହେନ୍ଦ୍ର ହାତୀଟି କାଠମାଫିଆଙ୍କୁ ଧରିବାରେ ଉସ୍ତାତ୍  । ମାହାନ୍ତ ପରାମର୍ଶ ଦେବା ପରେସଙ୍ଗେ ସଙ୍ଗେ ମହେନ୍ଦ୍ର ହାତୀ କାଠ କାଠୁଧିବା ବ୍ୟକ୍ତିଙ୍କୁ ଏମିତି ଭାବରେ ଧରି ପକାଏ ବ୍ୟକ୍ତି ଜଣକ ଖସି ଯିବାର ଉପାୟ ନଥାଏ । ହାତୀ ଧରିବା ସମୟରେ ମଣିଷର କ୍ଷତି ନହେଲାଭଳି ମହେନ୍ଦ୍ର ଧ୍ୟାନରେ ରଖିଥାଏ । ଶିମିଳିପାଳ ଅଭୟାରଣ୍ୟରେ ଅନେକ ସମୟରେ ବର୍ଷାପବନ ଯୋଗୁ ରାସ୍ତା କଡର ବଡ ବଡ ଗଛ ଗୁଡିକ ରାସ୍ତା ଉପରେ ପଡିଯାଇ ରାସ୍ତା ଅବୋରୋଧ ହୋଇଯାଏ ସେତେବେଳେ ମହେନ୍ଦ୍ର ହାତୀ ଅତି ସହଜରେ ଗଛ ଗୁଡିକୁ ହଟେଇ ଦେଇଥାଏ । ମହେନ୍ଦ୍ର ହାତୀ ଦାନ୍ତ ଗୁଡିକରେ ସହଜରେ ବଡ ବଡ ଗଛ ମଧ୍ୟ ପକେଇ  ଦେଇ ପାରେ  । ଶିମିଳିପାଳ ରେ ଅରଚିଡିୟମ ବଗିଚା, ବରେହିପାଣି, ଯୋରନ୍ଦା, ଚହଲା, ସହିତ  ଏହି ବିଶାଳ ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ ହେଲେ ମଧ୍ୟ ଆଉ ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ  ହାତୀ ସବାର  ।  ସେଥିପାଇଁ ଦେଶ ବିଦେଶରୁ ଶିମିଳିପାଳକୁ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି  । ମୟୂରଭଞ୍ଜ ଜିଲ୍ଲାର ବେଶ କିଛି ସୁନାମ ଅର୍ଜନ କରିଥିବା ସୌନ୍ଦର୍ଯ୍ୟର ଗନ୍ତାଘର ଶିମିଳିପାଳକୁ ସୁରକ୍ଷା ଦେବା ପାଇଁ କର୍ଣ୍ଣାଟକରୁ ଅଣାଯାଇଥିଲା ତିନୋଟି ପୋଶାହାତୀ । ୨୦୦୧ ଡିସେମ୍ବର ମାସରେ କର୍ଣ୍ଣାଟକ ରାଜୀବ ଗାନ୍ଧୀ ଜାତୀୟ ଉଦ୍ୟାନ ହାମସୁରା ବନ୍ୟପ୍ରାଣୀ ଡିଭିଜନ ହସ୍ତୀ ପ୍ରକଳ୍ପ ଶିବିରରୁ ତାଲିମ ପ୍ରାପ୍ତ ମଧ୍ୟରୁ ଗୋଟିଏ ଦନ୍ତାହାତୀ ମହେନ୍ଦ୍ର ଏବଂ ଦୁଇଟି ମାଈ ହାତୀ ଭବାନୀ ଓ ଶୋଭାକୁ ଅଭୟାରଣ୍ୟର ସୁରକ୍ଷା ପାଇଁ ଶିମିଳିପାଳକୁ ଅଣାଯାଇଥିଲା । ପରବର୍ତୀ ସମୟରେ ମହେନ୍ଦ୍ର ଓ ଭବାନୀ ଔରସରୁ ଶିବାନୀ(ଝିଅ) ଓ ରାଜକୁମାର(ପୁଅ) ଜନ୍ମ ଗ୍ରହଣ କରିଥିଲେ । ମହେନ୍ଦ୍ର ଓ ଭବାନୀ ଔରସରୁ ଜନ୍ମ ହୋଇଥିଲା ଲକ୍ଷ୍ମୀ ହାତୀ ଯାହାର ଦେହ ଖରାପ ହେବା ଯୋଗୁ କଛି ବର୍ଷ ତଳେ ମୃତ୍ୟୁ ବରଣ କରିଥିଲା । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମହେନ୍ଦ୍ର ଏବଂ ରାଜକୁମାର ହାତୀକୁ ଅନୁଗୁଳ ଜିଲ୍ଲାର ସାତକୋସିଆ ଜଂଗଲକୁ ନେବାପାଇଁ ଜଂଗଲ ଭିତରୁ ଅଣାଯାଇ ଯଶିପୁରର ଗୁରୁଗୁଡିଆଠାରେ ରଖାଯାଇଥିଲା । କିଛିଦିନ ହେଲା ହାତୀ  ଗୁଡିକୁ ଗାଡିରେ ନେବା ସମୟରେ ସ୍ଥାନୀୟ ଲୋକଙ୍କର ବିରୋଧର ସମ୍ମୁଖିନ ହେବାକୁ ପଡିଥିଲା । ଏଥିରେ ହାତୀ ଗୁଡିକୁ ଛଡାଯାଇ ନଥିଲା କେବଳ ସେତିକି ନୁହେଁ ହାତୀ ଗୁଡିକ ମଧ୍ୟ ନାରାଜ ପ୍ରକାଶ କରିଥିଲେ । ଯାହା ଫଳରେ ବାଧ୍ୟ ହୋଇ ହାତୀ  ଗୁଡିକ ଯାଇ ପାରି ନଥିଲେ । 
ସୁଚନା ଥାଉ କି ଗତ ୨୦୦୯ ମସିହାର ମାର୍ଚ୍ଚ ୩୧ତାରିଖ ରାତିରେ ମାଓବାଦୀମାନେ ଗୁଡୁଗୁଡିଆ ଠାରେ ମହେନ୍ଦ୍ର ହାତୀ ଉପରକୁ ଗୁଳି ଚାଳନା ସହ ତୀର ମାରିଥଇଲେ । ପରବର୍ତୀ ସମୟରେ ମହେନ୍ଦ୍ର, ଶୋଭା ଓ ରାଜକୁମାର ହାତୀକୁ ତାଲିମ ଦେଇ ସେମାନଙ୍କୁ ହାତୀ ଘୋଉଡାଇବାରେ ନିୟୋଜିତ କରିବା ପାଇଁ ଚିନ୍ତା କରିଥିଲେ ରାଜ୍ୟ ସରକାର । ତେବେ ସରକାର ମହେନ୍ଦ୍ର ଓ ଶୋଭାକୁ ବ୍ରହ୍ମପୁରକୁ ପଠାଇବା ସହ ରାଜକୁମାରକୁ ଭୂବନେଶ୍ୱର ଚନ୍ଦକା ଜଙ୍ଗଲକୁ ପଠାଇଦେଇଥିଲେ   ।