ଓଡିଆନ୍ ନ୍ୟୁଜ

192

ଗରିବ ଝିଅଙ୍କ ସାହାରା ପାଲଟିଛି ଫୁଟବଲ

Team Odian News |

ଗରିବ ଝିଅଙ୍କ ସାହାରା ପାଲଟିଛି ଫୁଟବଲ
ଭଗବାନ ନାୟକ ରିପୋର୍ଟ
ଆଳି,୭ା୭( ଓଡ଼ିଆନ୍‍ ନ୍ୟୁଜ୍‍ ):
ପଡ଼ିଆରେ ଫୁଟବଲ ଗଡ଼ାଇବାରେ ସେମାନଙ୍କୁ ମିଳିଛି ପେଟକୁ ଖାଇବା ସହିତ ଯଶ ଆଉ ସମ୍ମାନ  । ଆଉ ପରିବାରର ଅର୍ଥନ÷ତିକ ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରିଛି  । ଏବେ ଆଳି ଏବଂ ରାଜକନିକା ଅଞ୍ଚଳର ଗରିବ ଝିଅମାନଙ୍କ ସାହାରା ପାଲଟିଛି ଫୁଟବଲ  । କ୍ରୀଡାକ୍ଷେତ୍ରରେ ପୁରୁଷମାନେ ପ୍ରଧାନ୍ୟବିସ୍ତାରକରୁ ଥିବାବେଳେ ସାଂପ୍ରତିକ ପରିସ୍ଥିତିରେ ମହିଳାମାନେ ମଧ୍ୟ ପଛରେ ପଡି ନାହାନ୍ତି । ବିଭନ୍ନକ୍ରୀଡାରେ ଅତି ପଛୁଆ ଅଚଂଳରମହିଳାମାନେସେମାନକଂର ଅଧ୍ୟବସାୟ ଫଳ ରେ ମଧ୍ୟ ଜାତୀୟ ଓ ଆର୍ନ୍ତଜାତୀୟସ୍ତରରେସୁନାମ ଅର୍ଜନ କରିଛନ୍ତି । କେନ୍ଦ୍ରାପଡାଜିଲ୍ଲ୍ା ଆଳିବ୍ଲକଏହାର ଏକ ଜ୍ୱଳନ୍ତ ନିଦର୍ଶନ । ଏଠାରେ ନିର୍ମିତ ଆଳିହାଇସ୍କୁଲଷ୍ଟାଡିୟମରେଛୋଟବେଳୁଝିଅମାନେ ଫୁଟବଲ ରେମନୋନିବେଶ କରି ୨୩ ଜଣ ଖେଳାଳିଜାତୀୟ ଓ ଆନ୍ତଜାତୀୟ ଦଳ ରେସୁଯୋଗ ପାଇସେମାନଙ୍କର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିସାରିଲେଣି । ୧୯୯୯ମସିହାରେ ବର୍ତମାନର ଆଳିବିଧାୟକ ତଥା କ୍ରୀଡାସଂଗଠକ ଦେବେନ୍ଦ୍ରଶର୍ମାଙ୍କ ଉଦ୍ୟମରେ  ଛୋଟଛୋଟସ୍କୁଲବାଳିକାମାନଙ୍କୁ ନେଇ ଏଠାରେମହିଳା ଫୁଟବଲ ପ୍ରଶିକ୍ଷଣ ଆରମ୍ଭ କରା ଯାଇଥିଲା । ୩ବର୍ଷ ଅଭ୍ୟାସକରିବା ପରେ ପ୍ରଥମେ ଦେମାଳର ବାବଜିମଳିକଙ୍କ ଝିଅ ସସ୍ମିତାମଳିକ, ଭାସ୍କରମଳିକଙ୍କ ଝିଅ ସୁଶ୍ରୀସଂଗୀତା ମଳିକ,ମୁଳସାହିଗ୍ରାମର ଧୃବଚରଣସେନାପତିଝିଅ ଆଲୋଚନାସେନାପତି, ରବିନ୍ଦ୍ର ପାତ୍ରଙ୍କ ଝିଅ ରଶ୍ମୀତା ପାତ୍ର,ଗିରିବନ୍ଧ ଗ୍ରାମର ଗୟାଧର ପାତ୍ରଙ୍କ ଝିଅ ସଂଗୀତା ପାତ୍ର, ବିଷ୍ଣୁ ସାମଲଙ୍କ ଝିଅ ସୁପ୍ରଭା ସାମଲ, ରାଜକନିକାର ବିଜୟାଲକ୍ଷ୍ମୀସାହୁ,ଜୋତ୍ସାରାଣୀ ଦାସ ,ଲୋକାପଡାରସଂଗୀତାରାୟ,ତେଲିପାଟଣାର ଶ୍ରଦ୍ଧାଞ୍ଜଳିସାହୁ ଓ ମନେଇଢିହଗ୍ରାମର କୈଳାସ ମଲ୍ଲିଙ୍କ ଝିଅ ଗାୟତ୍ରୀମଲ୍ଲିକ ଓଡିଶାଜାତୀୟ ଦଳରେସୁଯୋଗ ପାଇବା ପରେ ଆଉ ପଛକୁଫେରି ନାହାନ୍ତି ।ଏମାନଙ୍କ ମଧ୍ୟରୁ ସୁଶ୍ରୀସଂଗୀତାମଲିକଙ୍କୁ ଛାଡିଅନ୍ୟ ୯ ଜଣ ପର୍ଯ୍ୟାୟକ୍ରମେ ଭାରତୀୟ ଦଳରେ ସ୍ଥାନ ପାଇ ଆନ୍ତର୍ଜାତିକ ମ୍ୟାଚଖେଳିଥିଲେ । ଉକ୍ତ ୧୦ ଜଣ ଙ୍କ ମଧ୍ୟରୁ ୮ ଜଣ ଏବେସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇସାରିଥିବାବେଳେଶୁଶ୍ରୀସଂଗୀତାମଲିକଓ ସଂଗୀତାରାୟଚାକିରୀ ନପାଇ ଦୁର୍ଦ୍ଦିନରେକାଳାତିପାତକରୁଛନ୍ତି । ­­ଏହାପରେଜାତୀୟ ଓ ଆନ୍ତର୍ଜାତୀୟ ଦଳରେ   ମୂଳସାହିର ଟିକିଲତା ସାମଲ, କଂଟିପୁର  ସିନୁଲତାସାହୁ,ମେନକା ମଲିକ, ରଚିତା ମଲିକ,ଦେମାଳର ଅନିମା ମଲିକ,ତେଲିପାଟଣାର ଜୋତ୍ସା ମଲିକ, ଲୋକାପଡାର କୈାଶଲ୍ୟାବାରିକ ଖେଳିସାରିଛନ୍ତି । ଏବଂ ଜାତୀୟ ଦଳରେ ନିଆଳର ରାଜେଶ୍ୱରୀ ଦାସ,ଗିରିବନ୍ଧର ପ୍ରତିମାସେନାପତି,ରାଣିପୋଖରୀର ସ୍ପନ୍ଦିତା ଦାସ, ପୂର୍ଣ୍ଣୀମାମଲିକ,ଟୁଙ୍ଗାର କ୍ରୀଷ୍ଣା ବାରିକ, ମଧୁସ୍ମିତାବାରିକ, ଦେମାଳର ରେଣୁକାମଲିକ, ସୁଜାତାମଲିକ,ତେଲିପାଟଣାର ଜଂଜାଳିସାହୁ,ମୂଳସାହିର ସଶ୍ମିତାବେହେରା,  ତେଲିପାଟଣାର ସଂଘମିତ୍ରା ମଲିକ ପ୍ରମୁଖ ଖେଳିସାରିଛନ୍ତି । ଗତ କିଛିଦିନ ତଳେ ଦିଲ୍ଲୀଠାରେ ହୋଇଥିବା ଖେଲୋଇଣ୍ଡିଆରେ ଟୁଙ୍ଗାର ବିଶ୍ୱଜିତା ଦାସ ଓ ସସ୍ମିନ ବାରିକ ସଫଳତା ଅର୍ଜନ କରି ଆଳି ପାଇଁ ସୁନାମ ଆଣିଥିଲେ । ଏମାନଙ୍କ ସଫଳତାକୁ ଲକ୍ଷ୍ୟ କରି ଆଳି ଅଞ୍ଚଳର ବିଭିନ୍ନଗ୍ରାମରୁ ନାବାଳିକାମାନେ ଫୁଟବଲ ପ୍ରତି ଆକୃଷ୍ଟହୋଇ ଅଭ୍ୟାସ କରିବାକୁ ଆସୁଛନ୍ତି । ଚଳିତବର୍ଷ ମଧ୍ୟ ୫୦ରୁ ଉର୍ଦ୍ଧ ନାବାଳିକା ଦୈନିକ ସକାଳ ଓ ଅପରାହ୍ନ ଦୁଇଟାଇମ ଆଳିହାଇସ୍କୁଲ ମିନିଷ୍ଟାଡିୟମରେ ଅଭ୍ୟାସ ଜାରିରଖିଛନ୍ତି । ଏମାନଙ୍କ ପ୍ରଶିକ୍ଷକଭାବେ ଧୂମାଳି ପାତ୍ର, ସୁବୋଧ ଜେନା, ଚିତରଞ୍ଜନ ପାତ୍ର ନିଜ ଦାୟିତ୍ୱ ନିର୍ବାହକରିସାରିବା ପରେ ଏବେ ଏହି ପ୍ରଶିକ୍ଷଣ ଦାୟିତ୍ୱ ସୁଶାନ୍ତ ମଲିକ ନିର୍ବାହ କରୁଛନ୍ତି । ଦୀର୍ଘ ୧୮ ବର୍ଷଧରି ଆଳି ଓ ରାଜକନିକାର ପିଲାମାନେ ନିଷ୍ଠାପର ଉଦ୍ୟମରେଜାତୀୟ ଓ ଆନ୍ତର୍ଜାତୀୟସ୍ତରରେଖେଳିଚର୍ଚ୍ଚାରେ ରହିଥିବାଖେଳାଳିମାନେ ଯେଉଁ ପଡିଆରୁ ଅଭ୍ୟାସ ଆରମ୍ଭ କରିଛନ୍ତି  । ସେହି ପଡିଆର ଭିତିଭୂମିବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟସରକାରଙ୍କ କ୍ରୀଡାବିଭାଗ ଉଦାସୀନ ରହିଛନ୍ତି । ମେନକା ମଲିକ ଓ ରଚିତା ମଲିକ ଚାକିରୀ ପାଇସାରି ଥିବାବେଳେ ଅନ୍ୟମାନେ ଚାକିରୀ ଅପେକ୍ଷାରେ ରହିଛନ୍ତି । ସିନୁଲତାସାହୁ,ରାଜେଶ୍ୱରୀ ଦାସ,କୈାଶଲ୍ୟାବାରିକ,ଜୋତ୍ସାମଲିକ,ଟିକିନା ସାମଲ ଉତ୍କଟ ଦାରିଦ୍ର୍ୟ ଓ ଭୋକ ଉପାସରେ ଦିନ କାଟୁଥିବା ଖବର ପାଇ ଜିଲ୍ଲାପାଳରେଘୁଜୀ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ରାଜ୍ୟ ଯୁବକ୍ରୀଡାବିଭାଗ ଏମାନଙ୍କ ନିଯୁକ୍ତି ସଂପର୍କରେ ବିଭାଗର ଚିଠିନଂ ୧୫୫୨୫/ ୧୯.୧୨.୨୦୧୭ରେ ଏହିଖେଳାଳିମାନଙ୍କୁ ନିର୍ଦ୍ଦିଷ୍ଟ ଫର୍ମରେ କଟକ ବକ୍ସିବଜାରରେ ଥିବା ପୁଲିସ ଏଆଇଜିଙ୍କ ନିକଟରେ ଦରଖାସ୍ତକରିବାକୁ ଜିଲ୍ଲାକ୍ରିଡା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବା ପରେ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଏବେ ନିଯୁକ୍ତିମିଳିଛି । ­ସିନୁଲତା ୨୦୧୪ ରେ ଭିଏତନାମରେ ଏସିଆକପ ଫୁଟବଲ ଖେଳିଥିବାବେଳେ ୨୦୧୫ ରେ ଯୋଡାନର ଅମନ ଠାରେ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେହି ଭଳି ଟିକିନାସାମଲ ଯୋଡାନ ଠାରେ ମ୍ୟାଚଖେଳିଥିବାବେଳେ ୨୦୧୪ ରେ ପାଲେଷ୍ଟାଇନରେ ଅନୁଷ୍ଠିତଏସିଆ କପରେ ମଧ୍ୟ ଖେଳିଛନ୍ତି । କୈାଶଲ୍ୟା ଶ୍ରୀଲଙ୍କାର କଲମ୍ବୋଠାରେ ଅନୁଷ୍ଠିତ ଏସିଆକପରେ  ଖେଳିଛନ୍ତି । ଏଇ ନିକଟରେ କଟକରେ ଚାଲିଥିବା ସବଜୁନିୟରଜାତୀୟମହିଳା ଫୁଟବଲଟୁର୍ଣାମେଟଂରେ ଓଡିଶାଟିମରେ ଆଳିଟୁଂଗା ଗ୍ରାମର ଝିଅ କ୍ରିଷ୍ନା ବାରିକ, କ୍ରିଷ୍ନାରାଣୀ ଦାସ ଓ ରାଣୀପୋଖରୀଗ୍ରାମର ପୁର୍ଣୀମା ମଲିକ ସ୍ଥାନ ପାଇଛନ୍ତି ।