ଓଡିଆନ୍ ନ୍ୟୁଜ

141

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କଟକଣା; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେବାୟତ

Team Odian News |

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ କଟକଣା; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସେବାୟତ
ଭୁବନେଶ୍ୱର ୮/୭( ଓଡ଼ିଆନ୍‍ ନ୍ୟୁଜ୍‍ ): ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ପ୍ରସ୍ତାବକୁ ବିରୋଧ କରି ଆଜି ଛତିଶା ନିଯୋଗର ୨୨ ଜଣିଆ ପ୍ରତିନିଧି ଦଳ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଏସଂକ୍ରାନ୍ତରେ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ସେବାୟତମାନଙ୍କ ବିଭିନ୍ନ ପ୍ରକାର ଦାବି ରହିଥିବା ବେଳେ ୪/୫ଟି ଦାବି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିବା ସୂଚନା ମିଳିଛି। ଆଲୋଚନାରେ ପୁରୀ ସାଂସଦ ପିନାକୀ ମିଶ୍ର ଓ ରାଜସ୍ୱ ମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତି ସାମିଲ ଥିବା ବେଳେ ସେବାୟତଙ୍କ ପକ୍ଷରୁ ସାଂସଦ ପିନାକୀ ମିଶ୍ର ଯୁକ୍ତି ରଖିଥିଲେ।