ଓଡିଆନ୍ ନ୍ୟୁଜ

166

ଧ୍ୟାନ କରିବା ଦ୍ବାରା ମନ ଖୁସି ରହିବା ସହ ରାଗ ଉପରେ ମଧ୍ୟ ନିୟନ୍ତ୍ରଣ ଆସେ।

Team Odian News |

ଧ୍ୟାନ କରିବା ଦ୍ବାରା ମନ ଖୁସି ରହିବା ସହ ରାଗ ଉପରେ ମଧ୍ୟ ନିୟନ୍ତ୍ରଣ ଆସେ।
ଭୁବନେଶ୍ୱର  ୧୦/୭( ଓଡ଼ିଆନ୍‍ ନ୍ୟୁଜ୍‍ ):ଯୋଗ, ପ୍ରାଣାୟାମ ଯେପରି ପ୍ରାଚୀନ ଭାରତର ମୁନିଋଷିଙ୍କର ସୁସ୍ଥତାର ପ୍ରମୁଖ ରହସ୍ୟ ଥିଲା, ତନ୍ମଧ୍ୟରୁ ଧ୍ୟାନ ମଧ୍ୟ ଅନ୍ୟତମ। ସିଚେଲସ୍ ବିଶେଷଜ୍ଞ ଦଳଙ୍କ ଅନୁସାରେ, ଦୀର୍ଘାୟୁ ହେବାର ଅନ୍ୟତମ ତଥା ପ୍ରମୁଖ ସୂତ୍ର ହେଲା ନିୟମିତ ଧ୍ୟାନ କରିବା। ପ୍ରତ୍ୟହ ଧ୍ୟାନ କଲେ କେବଳ ମନ ଶାନ୍ତ ହୋଇନଥାଏ, ବରଂ ଏକାଗ୍ରତା ବଢ଼ିବା ସହ କାର୍ୟ୍ୟ କରିବାର ସ୍ପୃହା ମଧ୍ୟ ଆସେ।
ଦୈନିକ ପ୍ରାତଃ ସମୟ ଓ ସନ୍ଧ୍ୟାବେଳା ପ୍ରଥମେ ୫-୭ ମିନିଟ୍ ଯୋଗାଭ୍ୟାସ କରନ୍ତୁ। ପରେପରେ ସମୟସୀମା ବୃଦ୍ଧି କରି ୧୫ ମିନିଟ୍ ପର୍ୟ୍ୟନ୍ତ ଧ୍ୟାନ କରିବା ଉଚିତ।
ବିଶେଷଜ୍ଞଙ୍କ ମତରେ ଏବର ଜୀବନଶୈଳୀ ନିମନ୍ତେ ପ୍ରତ୍ୟେକ ପିଢ଼ି ରୀତିମତ ଯୋଗାଭ୍ୟାସ ସହ ଧ୍ୟାନ କରିବା ଆବଶ୍ୟକ।
ପିଲା ଠାରୁ ବୟସ୍କ ପ୍ରତ୍ୟେକ ଏହା କରିବା ଆବଶ୍ୟକ। ନିୟମିତ ଧ୍ୟାନ କଲେ ବୟସର ଛାପ କମିବା ସହ ଅବସାଦ ମଧ୍ୟ ଦୂର ହୋଇଥାଏ।
ସର୍ବେକ୍ଷଣ ଅନୁସାରେ, ଧ୍ୟାନ କରିବା ଦ୍ବାରା ମନ ଖୁସି ରହିବା ସହ ରାଗ ଉପରେ ମଧ୍ୟ ନିୟନ୍ତ୍ରଣ ଆସେ।
ନିଶାସେବନ କରୁଥିବା ବ୍ୟକ୍ତିଙ୍କୁ ପ୍ରତ୍ୟହ ଧ୍ୟାନ କରିବାରେ ଅଭ୍ୟସ୍ତ କରାଇଲେ ଶୀଘ୍ର ଏ ଅଭ୍ୟାସ ଦୂର ହୋଇଥାଏ।
ଧ୍ୟାନ କଲେ କାମ କରିବା ପ୍ରତି ସ୍ପୃହା ମଧ୍ୟ ବଢ଼ିଥାଏ ବୋଲି ବିଶେଷଜ୍ଞଙ୍କ ମତ।