ଓଡିଆନ୍ ନ୍ୟୁଜ

136

ମୋଦିଙ୍କ ପାଇଁ ୬୮ ପଇସାର ଚେକ୍ ପଠାଇଲେ ଚାଷୀ

Team Odian News |

ମୋଦିଙ୍କ ପାଇଁ ୬୮ ପଇସାର ଚେକ୍ ପଠାଇଲେ ଚାଷୀ 
ଦିଲ୍ଲୀ,୨୫/୯(ଓଡ଼ିଆନ୍ ନ୍ୟୁଜ୍): ଅନେକ ସମୟରେ ଦେଶରେ ବିଭିନ୍ନ ଗାରଣରୁ ଚାଷୀ ଅସନ୍ତୋଷ ମୁଣ୍ଡ ଟେକିବା ସହ ବିଭିନ୍ନ ପଦ୍ଧତିରେ ଚାଷୀମାନେ ପ୍ରତିବାଦ ଜଣାନ୍ତି  । ସେହିଭଳି ଏକ ଭିନ୍ନ ଢଙ୍ଗରେ ଆନ୍ଧ୍ର ପ୍ରଦେଶର କୁରନଲ ଜିଲ୍ଲାର ହତାସ ଚାଷୀମାନେ ପ୍ରତି ବାଦ ଜଣାଇଛନ୍ତି । ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ୬୮ତମ ଜନ୍ମଦିନରେ ୬୮ପଇସାର ଚେକ ପଠାଇ ମରୁଡ଼ି ଗ୍ରସ୍ତ ରାୟଲସୀମାକୁ ଅଞ୍ଚଳକୁ ସରକାର ଉପେକ୍ଷା କରୁଥିବା ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି ସେହି ଅଞ୍ଚଳର ଚାଷୀମାନେ । ରାୟଲସୀମା ସାଗୁନିତୀ ସାଧନା ସମିତି (ଆର ଏସଏସଏସ) ପକ୍ଷରୁ ଏହିଭଳି ୧୦୦୦ରୁ ଅଧିକ ଚେକ୍ ସଂଗ୍ରାହ କରାଯିବା ସହ ପ୍ରଧାନ ମନ୍ତ୍ରୀଙ୍କୁ ପଠାଯାଇଛି । ଏନେଇ ଆରଏସଏସଏସର ଅଧ୍ୟକ୍ଷ ବୋଜଜା ଦଶାରହ ରେଡ୍ଡି କହିଛନ୍ତି ଯେ ଜଳ ଅଭାବ ଦେଖା ଦେଉଥିବା ଏହି ଅଞ୍ଚଳର ବିପରିତ ଛବି ହେଉଛି କ୍ରିଷ୍ଣା ଓ ପେନ୍ନା ନଦୀ ଓ ଏହାର ଉପନଦୀ ତୁଙ୍ଗଭଦ୍ରା, ବେଦବତି,ହାତୀ ଓ ଚିତ୍ରାବତୀ, କୁଣ୍ଡ ପ୍ରଭୁତି ନଦିରୁ ୧୦୦୦ ଟିଏମ୍ସି ଫୁଟ ଜଳ ସେହି ଅଞ୍ଚଳକୁ ପ୍ରତିବର୍ଷ ଦିଆଯାଉଛି । ଏତେ ଼ମାତ୍ରାରେ ପାଣି ମିଳିବା ପରେବି ଏହି ଅଞ୍ଚଳଟି ମରୁଡ଼ି ଗ୍ରସ୍ତ ହେଉଛି  । କାରଣ ଏହା ଉପଯୁକ୍ତ ଜଳବଣ୍ଟନ ନହେବା କାରଣରୁ ହେଉଛି । ଏହାସହ ସେ କହିଛନ୍ତି ଏହିଭଳି ପଛୁଆ ଅଞ୍ଚଳକୁ ବିକଶିତ କରିବା ପାଇଁ  ଓଡ଼ିଶାର କୋରାପୁଟ-ବଲାଙ୍ଗୀର-କଳାହାଣ୍ଡି ପରି ସ୍ୱତନ୍ତ୍ର ଯୋଜନା ପ୍ରଦାନ କରାଯିବା ଦରକାର । ଏହାସହ ସେ କହିଛନ୍ତି  ମଧ୍ୟ ପ୍ରଦେଶର ବୁନ୍ଦେଲଖଣ୍ଡ ପାଇଁ ଯେଉଁଭଳି  ସ୍ୱତନ୍ତ୍ର ପ୍ୟାକେଜ୍ ହୋଇଛି ସେହିଭଳି  ଆନ୍ଧ୍ରପ୍ରଦେଶ ରାଜ୍ୟ  ଅଧିନିୟମ ଅନୁସାରେ ସ୍ୱତନ୍ତ୍ର ଏହି ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯିବା ଦରକାର । ବିଭାଗିୟ  ଅଧିନିୟମକୁ ନେଇ ସେ କହିଛନ୍ତି ଯେ  ହନ୍ଦରି-ନିଭା, ଗାଲେରୁ-ନାଗରି, କଡ଼ପାରେ ଷ୍ଟିଲ ପ୍ଲାଣ୍ଟ, ଗୁଞ୍ଜାଲରେ ରେଳ ଜୋନ, କୃଷି ବିଶ୍ୱବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ସଂସ୍ଥାନ ଭଳି ଆହୁରି ଅନେକ ପ୍ରକଳ୍ପ ଚାଲୁ ରହିଛି ଏହାକୁ ,କ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରାଯାଉ ବୋଲି ସେ ମଧ୍ୟ କହିଛନ୍ତି ।  ଏହାସହ ସେ କହିଛନ୍ତି ଦୁଇ ଶାଖା ବିଭାଜନ ନିୟମ ସୁନିଶ୍ଚିତ କରିବା ସହ  ପାଣି  ଓ ପାଣ୍ଠି  ଆବଣ୍ଟନ ମଧ୍ୟ ସଠିକ୍ ଭାବରେ ହେବା ଦରକାର ।