ଓଡିଆନ୍ ନ୍ୟୁଜ

211

ଡ଼ିଆସିଲି କାଠିରେ ଇଶ୍ୱରଙ୍କ କୁନି ରଥ

Team Odian News |

ଡ଼ିଆସିଲି କାଠିରେ ଇଶ୍ୱରଙ୍କ କୁନି ରଥ
ସରସିନୀ ସୁବୁଦ୍ଧିଙ୍କ ସ୍ୱତନ୍ତ୍ର ରିପୋର୍ଟ
ଭୁବନେଶ୍ୱର,୧୩/୭( ଓଡ଼ିଆନ୍‍ ନ୍ୟୁଜ୍‍ ):
ରାତି ପାହିଲେ ରଥଯାତ୍ରା, ବଡ଼ ଦାଣ୍ଡରେ ସଜହୋଇ ଛିଡା ହୋଇଛି ତିନି ରଥ, ଅନ୍ୟ ପକ୍ଷରେ ଆଜି ତିନି ଠାକୁର ଅଣସର ଘରୁ ବାହାରିବା ପରେ ହଜାର ହଜାର ଭକ୍ତ କରିଛନ୍ତି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ। ପ୍ରଭୁଙ୍କ ଘୋଷଯାତ୍ରାକୁ ଲକ୍ଷ୍ୟ କରି ଖୋର୍ଦ୍ଧା ଜିଲ୍ଲା ଜଟଣୀର ଏଲ ଇଶ୍ୱର ୩୮୭ ଖଣ୍ଡ ଡ଼ିଆସିଲି କାଠିକୁ ଅଠାରେ ଯୋଡ଼ି ତିଆରି କରିଛନ୍ତି ତିନି ଠାକୁର ଆଉ କୁନି ରଥଟିଏ। ଏଥିପାଇଁ ତାଙ୍କୁ ୭ ଦିନରୁ ଅଧିକା ସମୟ ଲାଗିଛି।ଇଶ୍ୱର ଆଗରୁ ବୋତଲ ଭିତରେ କଳାକୃତି କରି ବେଶ ଜଣାଶୁଣା ଥିଲେ । ଡ଼ିଆସିଲି ଖୋଳାରେ ଏହା ତାଙ୍କର ପ୍ରଥମ କାରୁକାର୍ୟ୍ୟ। ଏନେଇ ଇଶ୍ୱର କହନ୍ତି, " ବଡ଼ ଠାକୁରଙ୍କ ଦୟା ମୋ ଉପରେ ରହିଛି ଯେଉଁଥିପାଇଁ ମୁଁ ଏଭଳି କଳାକୃତି କରିପାରିଛି"। ଇଶ୍ୱର ପ୍ରତେକ ଉତ୍ସବରେ କିଛିନା କିଛି ନିଆରା କରି ଦେଖାଇଥାନ୍ତି ନିଜ କଳା ଓ କୌଶଳରେ।