ଓଡିଆନ୍ ନ୍ୟୁଜ

253

ପ୍ରକାଶ ପାଇଲା ୟୁପିଏସସି ପ୍ରିଲିମିନାରୀ ପରୀକ୍ଷାଫଳ

Team Odian News |

ପ୍ରକାଶ ପାଇଲା ୟୁପିଏସସି ପ୍ରିଲିମିନାରୀ ପରୀକ୍ଷାଫଳ ଭୁବନେଶ୍ୱର,୧୪/୭(ଓଡ଼ିଆନ ନିଉଜ): କେନ୍ଦ୍ର ଲୋକସେବା ଆୟୋଗ ବା ୟୁପିଏସସି ପକ୍ଷରୁ ସର୍ବଭାରତୀୟ ପ୍ରଶାସନିକ ସେବା ପ୍ରିଲିମିନାରୀ ପରୀକ୍ଷାଫଳ ଆଜି ପ୍ରକାଶିତ ହୋଇଛି । ପ୍ରାର୍ଥିମାନେ upsc.gov.in, upsconline.nic.in ୱେବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ । ଏହି ପ୍ରିଲିମିନାରୀ ପରୀକ୍ଷାରେ ପାଶ କରିଥିବା ପ୍ରାର୍ଥୀମାନେ ଆସନ୍ତା ଅକ୍ଟୋବର ୧ରେ ହେବାକୁ ଥିବା ସିଭିଲ ସର୍ଭିସ ମେନ୍ ବା ମୁଖ୍ୟ ପରୀକ୍ଷା ଦେଇ ପାରିବେ । ମୁଖ୍ୟ ପରୀକ୍ଷାରେ ପାଶ କରିଥିବା ପ୍ରାର୍ଥୀମାନଙ୍କୁ ସାକ୍ଷାତକାର ପାଇଁ ଡକାଯିବ । ଏଥର ପ୍ରାୟ ୩ ଲକ୍ଷ ପ୍ରାର୍ଥୀ ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଦେଇଥିଲେ । ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ମାଧ୍ୟମରେ ହିଁ ସରକାର ଆଇଏଏସ, ଆଇପିଏସ, ଆଇଏଫଏସ ଆଦି ପଦବୀ ପାଇଁ ପ୍ରାର୍ଥୀ ଚୟନ କରିଥାନ୍ତି । ଅନ୍ୟପକ୍ଷରେ ୟୁପିଏସସି ପକ୍ଷରୁ ଭାରତୀୟ ବନ ସେବା (ମୁଖ୍ୟ ପରୀକ୍ଷା) ବା ଓଏଫଏସ (ମେନ୍ସ)ର ପରୀକ୍ଷାଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାଫଳ ମଧ୍ୟ ଉପରୋକ୍ତ ୱେବସାଇଟରୁ ଦେଖିହେବ ।