ଓଡିଆନ୍ ନ୍ୟୁଜ

151

ଶରଧା ବାଲିରେ ତିନି ରଥ

Team Odian News |

ଶରଧା ବାଲିରେ ତିନି ରଥ ପୁରୀ,୧୫/୭(ଓଡିଆନ୍ ନ୍ୟୁଜ୍): ଆଜି ସକାଳୁ ପ୍ରବଳ ବର୍ଷା ଲାଗି ରହିଥିଲେ ମଧ୍ୟ ଭକ୍ତମାନେ ଗତକାଲି ବଳଗଣ୍ଡିଠାରେ ଅଟକି ରହିଥିବା ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ସକାଳୁ ଟାଣି ନେଇ ଗୁଣ୍ଡିଚା ମନ୍ଦିରରେ ଲଗେଇଛନ୍ତି। ଏହାସହ ରଥ ଉପରେ ତିନି ଠାକୁରଙ୍କ ରୀତିନୀତି କରାଯାଇଛି। ଗୋଟିଏ ପକ୍ଷରେ ଶ୍ରୀ ମନ୍ଦିରରେ ଭକ୍ତଙ୍କ ଗହଳି କମିଥିବା ବେଳେ ଅନ୍ୟପକ୍ଷରେ ଶରଧା ବାଲିରେ ଲାଗିଛି ଲୋକଙ୍କ ଭିଡ଼। ଆଣ୍ଠୁଏ ପାଣିକୁ ଖାତିରି ନକରି ତିନି ଠାକୁରଙ୍କୁ ରଥରେ ଦର୍ଶନ କରିବା ପାଇଁ ଗଦା ହେଇଛନ୍ତି ହଜାର ହଜାର ଭକ୍ତ, ପ୍ଲିଶ୍ରୀମେଳାରେ ମଧ୍ୟ ଭିଡ ଦେଖିବାକୁ ମିଳିଛି।