ଓଡିଆନ୍ ନ୍ୟୁଜ

180

ଲକ୍ଷ୍ମୀଙ୍କ ରାଗ ଶାନ୍ତପରେ ରଥକୁ ଦକ୍ଷୀଣ ମୋଡ଼

Team Odian News |

ଲକ୍ଷ୍ମୀଙ୍କ ରାଗ ଶାନ୍ତପରେ ରଥକୁ ଦକ୍ଷୀଣ ମୋଡ଼ ପୁରୀରୁ ଅକ୍ଷୟ ସ୍ୱାଇଁ, (ଓଡ଼ିଆନ ନ୍ୟୁଜ):ପାଗ ବଦଳିବା ସହ ଗୁଣ୍ଡିଚାମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି ଆଡ଼ପ ମଣ୍ଡପରେ ଚତୃର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ । ଭକ୍ତମାନେ ଧାଡ଼ିବାନ୍ଧି ଠାକୁରଙ୍କ ଦର୍ଶନ ଶନ୍ତିଶୃଙ୍ଖଳାରେ କରୁଥିବା ବେଳେ ହୁଳହୁଳି ହରିବୋଲରେ ଉଛୁଳି ପଡ଼ୁଛି ଗୁଣ୍ଡିଚାମନ୍ଦିର । ଆସନ୍ତା ୨୨ତାରିଖରେ ବାହୁଡ଼ା ଯାତ୍ରା ହେବା ସହ ତିନିଠାକୁର ମାଉସିମାଙ୍କ ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ । ଏହାସହ ଆଡ଼ପ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିଲେ ପୂନ୍ୟମିଳେ ବୋଲି ବିଶ୍ୱାସ କରିବା ସହ ଗହଳ ଭଜମାଇଥାନ୍ତି । ଏହାସହ ଗତକାଲି ହେରାପଞ୍ଚମିରେ ମା ଲକ୍ଷ୍ମୀ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଭାଙ୍ଗି ପ୍ରଭୁଙ୍କଠୁ ପ୍ରତିଶୃତି ନେଇ ବେରି ସାରିଥିବା ବେଳେ ତିନି ରଥ ଦକ୍ଷୀଣ ମୋଡ଼ ନେଇଛି ।