ଓଡିଆନ୍ ନ୍ୟୁଜ

125

କଲେଜରେ ପ୍ରଥମ ଦିନର ଲୁକ୍...

Team Odian News |

କଲେଜରେ ପ୍ରଥମ ଦିନର ଲୁକ୍... କଲେଜ ତ କଲେଜ ପୁଣି ପ୍ରଥମଦିନର ମହକରେ ମହକିବା ପାଇଁ ସମସ୍ତେ ବ୍ୟଗ୍ର ଥାଆନ୍ତି କହିଲେ ଆଦୌ ଭୁଲ୍ ହେବନି । ସମସ୍ତଙ୍କ ଭିତରେ କିଛି ଅଲଗା ତଥା ସ୍ୱତନ୍ତ୍ର ଦେଖାଯିବାର ପ୍ରତିଯୋଗିତା ଊଣାଅଧିକେ ରହିଥାଏ । ଖାସ୍ କରି ଯୁବତୀମାନେ ନିଜ ଲୁକ୍କୁ ନେଇ ବେଶ୍ ଉତ୍ସାହିତ ଥାଆନ୍ତି । ତେବେ ଆସନ୍ତୁ ଜାଣିବା, କଲେଜର ପ୍ରଥମଦିନ ପାଇଁ କିପରି ନିଜକୁ ପ୍ରସ୍ତୁତ କରିବେ... ୱାନ୍ ପିସ୍ର କ୍ରେଜ୍: ବର୍ତ୍ତମାନ ବଜାରରେ ୱାନ୍ ପିସ୍ର ଚାହିଦା ବଢିଛି । ଛୋଟପିଲାମାନେ ପିନ୍ଧିଲେ ଫ୍ରକ୍ ଆଉ ତରୁଣୀ କିମ୍ବା ଯୁବତୀମାନେ ପିନ୍ଧୁଥିଲେ ତାକୁ ଆମେ କହିବା ୱାନ୍ ପିସ୍ । ଏହା ପିନ୍ଧିବା ଖୁବ୍ ସହଜ । ଏହା ସହ ଟ୍ରେଣ୍ଡି ଲୁକ୍ ବି ଦେଉଛି । ପ୍ଲେନ୍ ହେଉ କି ପ୍ରିଣ୍ଟେଡ୍, ଆଣ୍ଠୁଯାଏଁ ଛୋଟ ଲେନ୍ଥର ହେଉ ବା ପାଦଯାଏଁ ଲମ୍ବା ଲେନ୍ଥର, ହେଲେ ୱାନ୍ ପିସ୍ରେ ଆପଣ ଦେଖାଯିବେ ନିହାତି ଭିନ୍ନ ଓ ଆକର୍ଷଣୀୟା । ଗହଣା ବିନା ଗହନ ହୁଏନା ରୂପ: ଡ୍ରେସ୍ ଯାହା ବି ହେଇଥାଉନା କାହିଁକି କିନ୍ତୁ ଏହା ସାଙ୍ଗକୁ ଯଦି ଫଙ୍କି ଟାଇପ୍ କିଛି ହାଲ୍କା କିମ୍ବା ଟ୍ରେଣ୍ଡି ଅଳଙ୍କାର ପିନ୍ଧନ୍ତି ଏହା ଆପଣଙ୍କୁ ଆକର୍ଷଣୀୟ ଲୁକ୍ ଦେବ । ସେସବୁ ମେଟାଲିକ୍ ବି ହେଇପାରେ, ପ୍ଲାଷ୍ଟିକ୍ ତିଆରି କିଛି ବି ହେଇପାରେ । ହ୍ୟାଣ୍ଡ୍ବ୍ୟାଗ୍ : କଲେଜରେ ପୁଳାଏ ଲେଖାଏଁ ବହି ସିନା ବୋହିବାକୁ ପଡ଼ିବନି ତଥାପିବି ତ ନୋଟ୍ବୁକ୍ ଦରକାର ! ଆଜିକାଲି ବଡ଼ ଓ ଚଉଡ଼ା ହ୍ୟାଣ୍ଡବ୍ୟାଗ୍ ସବୁ ଆଉଟ୍ ଡେଟେଡ୍ । ବେଗ୍ପେକ୍ ନାମରେ ଲମ୍ବା ଫିତା ଥିବା ଛୋଟ ଛୋଟ ବ୍ୟାଗ୍କୁ ଅଧିକ ପସନ୍ଦ କରୁଛନ୍ତି ସମସ୍ତେ । ନିଜର ଆବଶ୍ୟକୀୟ ଜିନିଷ ସହିତ ଏକ ଛୋଟ ନୋଟ୍ ବୁକ୍ ବି ସାଙ୍ଗରେ ରଖିପାରିବେ ଆପଣ ସେଇ ହ୍ୟାଣ୍ଡି ବ୍ୟାଗ୍ରେ । ହରେକ୍ ରକମର ହାତଘଡ଼ିର ହଟଚମଟ: ହାଲୁକା ହେଉପଛେ ଯଦି ଗହଣା ପିନ୍ଧିବାକୁ ଆପଣଙ୍କୁ ଭଲ ଲାଗୁନଥାଏ ତେବେ ଆଦୌ ବ୍ୟସ୍ତ ହେବାର ନାହିଁ । କାରଣ ହାତଘଣ୍ଟା ବି ଦେଇପାରିବ ଆପଣଙ୍କୁ ଗୋଟେ ଷ୍ଟାଇଲିଷ୍ଟ୍ ଓ ସୋବର୍ ଲୁକ୍ । ଡ୍ରେସ୍କୁ ମ୍ୟାଚିଂ କଲାଭଳି ଆପଣ ବଡ଼ କିମ୍ବା ଛୋଟ ଡାଏଲ୍ ଯୁକ୍ତ ହାତଘଡ଼ି ପିନ୍ଧିପାରନ୍ତି । ଭେରାଇଟି ସ୍ୟାଣ୍ଡେଲ୍: ନିଜକୁ କମ୍ଫର୍ଟ ଦେଲାଭଳି ସ୍ୟାଣ୍ଡେଲ୍ ଚୟନ କରନ୍ତୁ । ବେଶି ହିଲ୍ ଥିଲାବାଲା ସ୍ୟାଣ୍ଡେଲ୍ ନ ପିନ୍ଧି ଅଳ୍ପ ହିଲ୍ ଥିବା ଅଥବା ଫ୍ଲାଟ୍ ଟାଇପ୍ର ସ୍ୟାଣ୍ଡେଲ୍ ବ୍ୟବହାର କରିପାରନ୍ତି । ଡ୍ରେସ୍ ସହିତ ମ୍ୟାଚିଂ କରି ଏହାକୁ ପିନ୍ଧିପାରନ୍ତି କିମ୍ବା ସାଧାରଣତଃ କଳା ରଙ୍ଗର ଯେକୌଣସି ଖୋଲା ଚପଲ୍ ବା ଜୋତା ବ୍ୟବହାର କରିପାରନ୍ତି ।