ଓଡିଆନ୍ ନ୍ୟୁଜ

122

ବର୍ଷରେ ଉବୁଟୁବୁ ପୁରୀ ସହର

Team Odian News |

ବର୍ଷରେ ଉବୁଟୁବୁ ପୁରୀ ସହର ପୁରୀ,୨୧/୭(ଓଡ଼ିଆନ୍ ନ୍ୟୁଜ୍): ରାଜ୍ୟରେ ଗତ କାଲିଠାରୁ ଲଗାଣ ବର୍ଷା ହେବାରୁ ରଜଧାନୀ ସମେତ ପୁରୀ ସହର ଜଳବନ୍ଦୀ ହୋଇଛି। ବଡ଼ଦାଣ୍ଡରେ ବର୍ଷା ପାଣି ଜମା ହୋଇ ତିନି ରଥ ଅଧା ବୁଡ଼ି ରହି ଥିବା ବେଳେ ଆଜି ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କ ଶେଷ ଦର୍ଶନ କରିଥାନ୍ତେ ଭକ୍ତମାନେ । ହେଲେ ବର୍ଷା ନିରାଶ କରିଛି ଭକ୍ତମାନଙ୍କୁ। ଅନ୍ୟ ପକ୍ଷରେ ଆସନ୍ତା କଲି ବାହୁଡା ଯାତ୍ରା କିପରି ହେବା ସେନେଇ ଭକ୍ତଙ୍କଠୁ ପ୍ରଶାସନ ସମସ୍ତେ ଚିନ୍ତିତ। ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ପକ୍ଷରୁ ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ଅଞ୍ଚଳରୁ ଜଳ ନିଷ୍କାସନ ପାଇଁ କାର୍ଯ୍ୟକ୍ରମ ଚାଲିଛି।