ଓଡିଆନ୍ ନ୍ୟୁଜ

195

ବର୍ଷିଵ ଆହୁରି ଦୁଇଦିନ

Team Odian News |

ବର୍ଷିଵ ଆହୁରି ଦୁଇଦିନ ଭୁବନେଶ୍ୱର,୨୧/୭(ଓଡ଼ିଆନ୍ ନ୍ୟୁଜ୍)ବଙ୍ଗୋପ ସାଗରରେ ଲଘୁଚାପ ଯୋଗୁଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରବିବାର ଛୁଟି ବାତିଲ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀଙ୍କ ସୂଚନା ଅନୁସାରେ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଏ ନେଇ ସ୍ୱତନ୍ତ୍ର ରିଲିଫ କମିସନର ସେଠୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ରବିବାର ଛୁଟି ବାତିଲ କରିବାକୁ କହିଛନ୍ତି। ଚିଠିରେ ସେ ସରକାରୀ କର୍ମଚାରୀଙ୍କୁ ଜିଲ୍ଲା ସଦର ମହକୁମା ଓ ସବ-ଡିଭିଜନ୍‌ ମହକୁମାରେ ଥିବା ସେମାନଙ୍କ କାର୍ଯ୍ୟଳୟରେ ଉପସ୍ଥିତ ରହିବାକୁ କହିଛନ୍ତି।