ଓଡିଆନ୍ ନ୍ୟୁଜ

233

​ଫରୱାର୍ଡ ମେସେଜ ଉପରେ ​ଅଙ୍କୁଶ ଲଗାଇବ ହ୍ଵାଟସଅପ​ !​

Team Odian News |

ଲୋକପ୍ରିୟ ମେସେଜିଙ୍ଗ ​ସେବା ​ହ୍ଵାଟସଅପ ତରଫରୁ ଏହାର ବ୍ୟବହାରକାରୀ ମାନଙ୍କ ପାଇଁ ଏକ ନୂତନ ଫିଚର ଲଞ୍ଚ ହେବାକୁ ଯାଉଛି। ଆଗକୁ ହ୍ଵାଟସଅପରେ ବ୍ୟବହାରକାରୀ ମାନେ ମେସେଜ, ଫଟୋ କିମ୍ବା ଭିଡିଓକୁ  ପାଞ୍ଚ ଥରରୁ ଅଧିକ ଥର ଫରୱାର୍ଡ କରିପାରିବେ ​ନାହିଁ । ବର୍ତ୍ତମାନ ଏହି ଫିଚରକୁ ପରୀକ୍ଷଣ କରିବା ପାଇଁ ଆରମ୍ଭ କରାଯାଇଛି। 

ଗତ ଜୁଲାଇ 11 ତାରିଖରେ ହ୍ଵାଟସଅପର ଫରୱାର୍ଡ ଫିଚର ଲଞ୍ଚ କରଯାଇଥିଲା। ଏହି ଫିଚର ଅନୁସାରେ ଇ ଯଦି କୌଣସି ହ୍ଵାଟସଅପ ବ୍ୟବହାରକାରୀ କିଛି ମେସେଜକୁ ଫରୱାର୍ଡ କରେ ତେବେ ସେହି ମେସେଜ ଉପରେ ଫରୱାର୍ଡ ମେସେଜ ବୋଲି ଲେଖା ଆସିଯିବ। ଯାହାଦ୍ୱାରା ଜଣେ ସହଜରେ ଜାଣିପାରିବ ଯେ କେଉଁ ମେସେଜଟି ଫରୱାର୍ଡ ହୋଇଛି। 
ହ୍ଵାଟସଅପର ସର୍ବଶେଷ update ରେ ​ଏହାର ପରୀକ୍ଷଣ 
​ଆରମ୍ଭ ହେଇଯାଇଛି  
। ଆଗକୁ ​

ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର ଉପଲବ୍ଧ ହେବ। ଏହି ନୂଆ ଫିଚର ଦ୍ଵାରା ହ୍ଵାଟସଅପ ବ୍ୟବହାରକାରୀ ଗୋଟିଏ ମେସେଜ, ଫଟୋ କିମ୍ବା ଭିଡିଓକୁ ସମଗ୍ର ଭାରତ ମଧ୍ୟରେ କେବଳ 5ଜଣଙ୍କୁ ପଠାଇପାରିବେ। 5ଜଣଙ୍କୁ ମେସେଜ ପଠାଇସାରିଲା ପରେ ହ୍ଵାଟସଅପ ତରଫରୁ ଫରୱାର୍ଡ ଅପ୍ସନକୁ ହଟାଇ ଦିଆଯିବ।

ସମଗ୍ର ଭାରତରେ ଏବେ ୨୫କୋଟିରୁ ଅଧିକ ଲୋକ ହ୍ୱାଟସ ଆପ୍ ବ୍ୟବହାର କରୁଥିବାବେଳେ ଅଧିକାଂଶ ଭାରତୀୟ ମାନେ ହ୍ଵାଟସଅପରେ ଅଧିକ ମେସେଜ, ଫଟୋ ଓ ଭିଡିଓ ଫରଓ୍ୱାର୍ଡ କରିଥାନ୍ତି। ଅନେକ ସମୟରେ ଫରୱାର୍ଡ କରାଯାଉଥିବା ଖବର ମିଛ ବୋଲି ମଧ୍ୟ ପ୍ରମାଣିତ ହୋଇଥାଏ। ତେଣୁ ଯେମିତି କୌଣସି କଥା ଦ୍ରୁତ ଗତିରେ ଭାଇରାଲ୍ ନ ହୁଏ, ସେଥିପାଇଁ ଫରଓ୍ୱାର୍ଡ ମେସେଜରେ ଅଙ୍କୁଶ ଲଗାଇଛି।

ହ୍ଵାଟସଅପରେ ଅତ୍ୟଧିକ ମେସେଜ, ଫଟୋ, ଭିଡିଓ ପଠାଯିବାର ଫିଚର ରହିଥିବାରୁ ବର୍ତ୍ତମାନ ସମାଜରେ ମିଥ୍ୟା ଓ ଗୁଜବ ପ୍ରଚାର ବଢିବାରେ ଲାଗିଛି। ଏହି ଗଣ୍ଡଗୋଳ ଓ ଅରାଜକତା ଉପରେ ରୋକ ଲଗାଇବା ପାଇଁ ହ୍ଵାଟସଅପ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି। ​