ଓଡିଆନ୍ ନ୍ୟୁଜ

125

ଶ୍ରୀମନ୍ଦିର ଫେରିଲେ ଶ୍ରୀଜିଉ

Team Odian News |

ଶ୍ରୀମନ୍ଦିର ଫେରିଲେ ଶ୍ରୀଜିଉ ପୁରୀ,୨୫/7(ଓଡ଼ିଆନ୍ ନ୍ୟୁଜ୍): ଜଗତର ନାଥ ଶ୍ରୀଜଗନ୍ନାଥ ଆଜି ୧୨ ଦିନର ଘୋଷଯାତ୍ରା ଶେଷ କରି ବଡ଼ ଭାଇ ବଳଭଦ୍ର ଓ ସୁନା ଭଉଣୀ ସୁଭଦ୍ରାଙ୍କ ସହିତ ନିଳାଦ୍ରୀ ବିଜେ କରିଛନ୍ତି। ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଶେଷ ହୋଇଥିବାରୁ ଶ୍ରୀଜିଉମାନେ ରତ୍ନବେଦୀକୁ ଖୁବ ଶୀଘ୍ର ପହଞ୍ଚି ପାରିଛନ୍ତି। ମହାପ୍ରଭୁଙ୍କ ରସଗୋଲା ଖାଇ ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହେବା ପାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ନିଳାଦ୍ରୀ ବିଜେ ଶେଷ ହୋଇଛି। ଆନନ୍ଦବଜାରରେ ଗୁରୁବାର ଠାରୁ ଭକ୍ତଙ୍କୁ ପୁଣି ଥରେ ଅବଢ଼ା ମିଳିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।