ଓଡିଆନ୍ ନ୍ୟୁଜ

75

ସମ୍ପର୍କର ସେତୁ ଗୁରୁପ୍ରିୟା

Team Odian News |

ସମ୍ପର୍କର ସେତୁ ଗୁରୁପ୍ରିୟା ଭୁବନେଶ୍ୱର,୨୬/୭(ଓଡ଼ିଆନ୍ ନ୍ୟୁଜ୍): ଦୀର୍ଘ ବର୍ଷର ଅପେକ୍ଷା ପରେ ମାଲକାନଗିରି ଜିଲ୍ଲାର ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁର ଉଦଘାଟନ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି। ଏଣିକି ସ୍ଥାନୀୟ ବାସୀନ୍ଦାଙ୍କୁ ଲଞ୍ଚ କିମ୍ବା ବୋଟ୍‌ ଉପରେ ନିର୍ଭର କରିବାକୁ ପଡିବ ନାହିଁ। ସ୍ୱାଧୀନତାର ଦୀର୍ଘ ଦିନ ପରେ ବିଚ୍ଛିନ୍ନାଞ୍ଚଳବାସୀ ଯୋଗାଯୋଗ ପାଇଁ ସିଧାସଳଖ ସୁଯୋଗ ପାଇପାରିଛନ୍ତି। ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ଵ ସମୟଧରି ସ୍ଥାନୀୟଲୋକ ଡଙ୍ଗା ଏବଂ ବୋଟରେ ବାଲିମେଳା ଜଳଭଣ୍ଡାର ଦେଇ ଯାତାୟତ କରୁଥିଲେ। ସେତୁ ଦେଇ ବିଚ୍ଛିନ୍ନାଞ୍ଚଳବାସୀ ଯାନବାହାନରେ ଯାତାୟତ କରିବାର ସୁଯୋଗ ପାଇବା ସହ ପୂର୍ବର ବିପଦପୂର୍ଣ୍ଣ ଯାତାୟତରୁ ମୁକ୍ତି ମିଳିବ। ପ୍ରା଼ୟ ୯ଟି ପଞ୍ଚାୟତର ୧୫୧ ଗ୍ରାମରେ ବାସ କରୁଥିବା ୩୦ ହଜାରରୁ ଊର୍ଦ୍ଧ୍ଵ ଲୋକେ ସବୁଦିନିଆ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା ଇତ୍ୟାଦି ନିଜ ଘର ପାଖରେ ପାଇବେ। ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ଗୁରୁପ୍ରିୟା ସେତୁ ନିର୍ମାଣ ବହୁ ଘାତପ୍ରତିଘାତ ମଧ୍ୟରେ ଆରମ୍ଭ ହୋଇ ଏବେ ଅନେକ ଲୋକଙ୍କ ଜୀଵନ ରେଖା ପାଲଟିଛି। ୯୧୦ ମିଟର ଦୈଘ୍ୟର ଏହି ସେତୁ ଅଟେ।