ଓଡିଆନ୍ ନ୍ୟୁଜ

102

ମହିଳା ଖେଳାଳିଙ୍କ ଗାଁ

Team Odian News |

ମହିଳା ଖେଳାଳିଙ୍କ ଗାଁ
ଗୁଡ଼ୁଗାଁଓ,୨୫/୯(ଓଡ଼ିଆନ୍ ନ୍ୟୁଜ୍ ଟିମ୍ )ହରିୟାନ ଏମିତି ଗୋଟିଏ ରାଜ୍ୟ ଯାହାକି ସବୁବେଳେ ଏହାର ଲିଙ୍ଗାନୁପାତର ବିବିଧତା ପାଇଁ ଚର୍ଚ୍ଚାର ରହିଥାଏ । ହେଲେ ଏହି ରାଜ୍ୟର ଗୋଟିଏ ଛୋଟିଆ ଗାଁର କିଛି ମହିଳା ଫୁଟବଲ ଖେଳାଳିଙ୍କ ପାଇଁ ସାରା ରାଜ୍ୟ ଗର୍ବୀତ ହୋଇପାରିଛି । ହରିୟାନାର ଅଲଖପୁର ଗାଁ  ଯେଉଁଠି ଲୋକ ସଂଖ୍ୟା ପାଖାପାଖି ୨,୦୦୦ ହୋଇଥିବା ବେଳେ  ଗାଁର ଅଧିକାଂଶ ଲୋକ ଚାଷୀ ଅଟନ୍ତି । ହେଲେ ଗାଁର ପ୍ରତିଘରୁ ଅତିକମରେ  ଗୋଟିଏ  ମହିଳା ଫୁଟବଲ ଖେଳଳି ବାହାରନ୍ତି । ଗାଁଟିରେ ଏବେ ୩୦୦ରୁ ଅଧିକ ମହିଳା ଫୁଟବଲ ଖେଳାଳି ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣ ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ପ୍ରତିନିଧିତ୍ୱ କରି  ସଫଳତା ପାଇପାରିଛନ୍ତି । ଏହି ଖେଳାଳୀମାନଙ୍କ  ସଫଳତାର କାରଣ ହେଉଛି ସେମାନେ ସେମାନେ ତାଙ୍କ  ଜୀବନଶୈଳୀ  ଓ ଜୀବିକାରେ ପରିବର୍ତ୍ତନ ଆଣିଛନ୍ତି । କେବଳ ସେତିକି ନୁହେଁ ଏହି ମହିଳାମାନେ ପାରମ୍ପରିକ ପଦ୍ଧତିରେ ପ୍ରଚଳିତ ଲିଙ୍ଗଗତ ବୈଷମ୍ୟକୁ ଚ୍ୟାଲେଞ୍ଜ କରି ପ୍ରମାଣ ଦେଇଛନ୍ତି ଯେ ଜଣେ ଝିଅକୁ ଜଣେ ପୁଅଠୁ କେବେ କମ ଭାବିବା ଉଚିତ ନୁହେଁ ବୋଲି  । ଏ ନେଇ ୧୮ବର୍ଷର ଖେଳାଳି  ପୁନମ ଶର୍ମା କହନ୍ତି, “ଆମେ ସବୁଦିନ ଅଭ୍ୟାସ କରିଥାଉ ଝଡ଼ ଓ ବର୍ଷା କେହିବି ଆମକୁ ଖେଳିବାରେ ରୋକିପାରନ୍ତି ନାହିଁ  । ଆମେ ୭ବର୍ଷ ଆଗରୁ ଖେଳ ଆରମ୍ଭ କରିଥିଲେ ମଧ୍ୟ ଗତବର୍ଷ  ଭିଏତନାମାରେ ଆୟୋଜିତ ଏସିଆନ ଫୁଟବଲ କନଫିଡ଼େସନରେ ଭାରତତରଫରୁ ଅଣ୍ଡର-୧୯ରେ ପ୍ରତିନିଧିତ୍ୱ କରିଥିଲୁ । କେବଳ ସେତିକି ନୁହେଁ ୨୦୧୪ ମସିହାରେ ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ରେ ଅଣ୍ଡର-୧୭ ସୁବ୍ରୋତ କପରେ ମଧ୍ୟ ଭାଗନେଇ ଭଲ ପ୍ରଦର୍ଶନ କରିଥିଲୁ । ପୁଣିଥରେ ୨୦୧୫ରେ ସଫଳତା ପାଇବା ସହ ଫାଇନାଲକୁ ଯାଇଥିଲୁ ଏବଂ ୨୦୧୬ରେ ଟ୍ରଫି ଜିତିଥିଲୂ । ଅଲେଖପୁରର ଏହି ଝିଅମାନେ ଅଣ୍ଡର-୧୪,୧୯ ଓ ଜାତୀୟ ଟିମରେ ୧୦ରୁ ଅଧିକ ବର୍ଷ ଖେଳିଆସୁଛନ୍ତି ।
ଖେଳର ଆରମ୍ଭ
ଗାଁଟିରେ ଫୁଟବଲଖେଳର ଆରମ୍ଭ ୨୦୦୨ମସିହାରେ ହୋଇଥିଲା । ଏମିତି ଗୋଟିଏ ଦିନ ଗାଁ ସ୍କୁଲର ଖେଳ ଶିକ୍ଷକ ଗୋର୍ବଧନ ଦାସ ପୁଅମାନଙ୍କୁ କବାଡ଼ି ପ୍ରଶୀକ୍ଷଣ ଦେଉଥିବା  ସମୟରେ ଗାଁର ଝିଅମାନେ ଆସି ଖେଳିବା ପାଇଁ ଚାହୁଁଥିବାର କହିଥିଲେ । ହେଲେ ସେ ତାଙ୍କୁ ଫୁଟବଲ ଖେଳ  ବିଷୟରେ କିଛିବି ଜଣାଇ ନଥିଲେ , ରିଶେଷ ପରେ ଖେଳ  ଆରମ୍ଭ କରିଥିଲେ । ହେଲେ ଗାଁରେ ଫୁଟବଲ ପଡ଼ିଆଟେ ନଥିଲା । ଗାଁ ଲୋକମାନେ ଏଥି ପାଇଁ ସରକାରଙ୍କୁ ଅନୁରୋଧ ମଧ୍ୟ କରି ଚିଠି ଲେଖିଥିଲେ ମଧ୍ୟ  ସେଠାରୁ କିଛି ଉତ୍ତର ମିଳି ନଥିଲା । ଏହାପରେ ସେମାନେ ଏହି ସମସ୍ୟାର ସମାଧାନ ନିଜେ କରିବା ପାଇଁ ଚିନ୍ତା କରିବା ସହ ଗାଁ ରେ ଥିବା ପୋଖରି ନିକଟରେ ଶୁଭ ଦେଇ ତାହାକୁ ବାଲି ପକାଇ  ପୋତି ଝିଅମାନଙ୍କୁ ଟ୍ରେନିଂ ଦେବା ପାଇଁ ଫିଲ୍ଡି ତିଆରି କରିଥିଲେ । 
ଗାଁଲୋକଙ୍କ  ସହାୟତା ଟଙ୍କାରେ ଖେଳିଲେ
୨୦୧୬ ମସିହାରେ ଅଲ ଇଣ୍ଡିଆ ଫୁଟବଲ ମହାସଂଘ ଦ୍ୱାରା ଆୟୋଜିତ ପ୍ରଥମ ଭାରତୀୟ ମହିଳା ଲିଗରେ ଅଲେଖପୁରର ମହିଳା ଫୁଟବଲ ଦଳର ନାମ  ଘୋଷଣା କରାଯାଇଥିଲା । ଏହି ପ୍ରତିଯୋଗୀତା ପାଇଁ ସ୍ପନସର ମିଳି ନଥିବା ବେଳେ ୨ହଜାର ଗ୍ରାମବାସୀ ୧.୫ଲକ୍ଷଟଙ୍କା ଆଦାୟ କରି ଦାନକରିଥିଲେ । ହେଲେ ଦୁଖଃର ବିଷୟ ଏହି ପ୍ରତିଯୋଗୀତାରେ ଫୁଟବଲ ଟିମ୍  ଆଞ୍ଚଳିକ ବିଜେତା ହୋଇଥିଲେ ମଧ୍ୟ ସେମିଫାଇନାଲରେ ମଣିପୁର ଇର୍ଷ୍ଟନ ର୍ସ୍ପୋଟିଙ୍ଗ ୟୁନିୟନ ଠାରୁ ହାରିଯାଇଥିଲା । ହେଲେ ସେହି ପ୍ରତିଯୋଗୀତାରେ ୬-୨ରେ ଏଜାୱାଲ ଠାରୁ  ଜିତିବା ତାଙ୍କୁ ଲୋକଲୋଚନକୁ ଆଣି ଦେଇଥିଲା । ଅଲଖପୁର ଏଫସିର ମୁଖ୍ୟ କୋଚ ସୋନିକା ବିଜନାରିୟା କହନ୍ତି “ଅଲଖପୁରର ପ୍ରତେକ ଘରୁ ଅତିକମରେ ଗୋଟିଏ ଝିଅ ଫୁଟବଲ ଖେଳୁଛି  ।ଏହି ଫୁଟବଲ ଟିମ୍  ହରିୟାନା ତରଫରୁ ସିନିୟର ଗ୍ରେଡ଼ର ପ୍ରତିନିଧୀତ୍ୱ ମଧ୍ୟ କରୁଛି । ୨୦୧୪ ମସିହାରେ ଏମାନଙ୍କ ତାଲିମ୍  ଦାୟିତ୍ୱ ସରକାର ନେଇଥିଲେ । ଏହାସହ ସେ କହନ୍ତି ଏବେର ଏହି ସଫଳତା ପାଇବା ପାଇଁ ଆମକୁ ବହୁତ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଛି  । ଆମକୁ ଉପଯୁକ୍ତ ତାଲିମ୍ ମିଳି ପାରିନଥିଲା  ହେଲେ ଏହି ଝିଅମାନଙ୍କ ମଧ୍ୟରେ ଭରିରହିଥିଲା ଅସରନ୍ତି ପ୍ରତିଭା ଓ ଦୃଢ ଇଚ୍ଛା ଶକ୍ତି  । ଏହାସହ ପରିବାର ଲୋକ ଆମମାନଙ୍କୁ  ଆର୍ଥକ ସହାୟତା ଦେଇଛନ୍ତି । କିଏ ୧୦୦ଟଙ୍କା ଦେଇଛିତ କେହି କେହି ୫,୦୦୦ଦେଇଛନ୍ତି ସେମାନେ ଅର୍ଥର ଅଭାବ ପାଇଁ ଝିଅମାନଙ୍କର ଖେଳ ବନ୍ଦକରିବାକୁ ଚାହାନ୍ତି ନାହିଁ  ।  ବର୍ତ୍ତମାନ ସେହି ଗାଁର ଖେଳର ବିକାଶ  ପାଇଁ ହରିୟାନା ସରକାରଙ୍କ ତରଫରୁ ପାଖାପାଖି ୨କୋଟିର ସହାୟତା ରାଶି ଦିଆଯାଇଛି । ଏହାସହ ଚଳିତ ବର୍ଷ ଏହି ଝିଅମାନଙ୍କର ସଫଳତାରୁ ସେମାନେ୫୦-୬୦ଲକ୍ଷ ଟଙ୍କା ସ୍କଲାରସିପ୍ ପାଇବାକୁ ସକ୍ଷମ ହୋଇଛନ୍ତି । ଏହି ଝିଅମାନଙ୍କର ସଫଳତା ଓ ଫୁଟବଲ ଖେଳପାଇଁ ସଂଘର୍ଷ ପାଇଁ ଗାଁଟି  ଉଚ୍ଚ ସ୍ଥାନରେ ପହଁଚାଇବା ସହ ମା’ବାପାମଧ୍ୟ ସେମାନଙ୍କ ଝିଅ ଖେଳୁବୋଲି କୁହଛନ୍ତି । ଏ ନେଇ ଗାଁର ୧୯ବର୍ଷୀୟ ଜ୍ୟୋତି ଯାଦବ କହନ୍ତି, “ଏବେ ଲୋକ ଆମ ଫୁଟବଲ ପାଇଁ ହିଁ ଆମ ଗାଁକୁ ଜାଣୁଛନ୍ତି” । ଏହି ଝିଅମାନେ ଗାଁ ଲୋକଙ୍କ ମାନସିକତା ବଦଳାଇବା ସହ ଗାଁର ପୁଅମାନଙ୍କୁ ବି ଫୁଟବଲ ଖେଳିବା ପାଇଁ ଏକପ୍ରକାର ବାଧ୍ୟ କରିଦେଇଛି ।