ଓଡିଆନ୍ ନ୍ୟୁଜ

150

ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା

Team Odian News |

ଅଗଷ୍ଟ ପହିଲାରୁ ଖୋଲିବ ଭିତରକନିକା
ରାଜନଗର,୩୦/ ।୭( ଓଡ଼ିଆନ୍‍ ନ୍ୟୁଜ୍‍ ): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ପହିଲାରୁ ପର୍ୟ୍ୟଟକଙ୍କ ପାଇଁ ଖୋଲିବ । କୁମ୍ଭୀର ପ୍ରଜନନ ଋତୁ ପାଇଁ ଏପ୍ରିଲ ପହିଲାରୁ ଜୁଲାଇ ଶେଷ ପର୍ୟ୍ୟନ୍ତ ଏହି ଜାତୀୟ ଉଦ୍ୟାନ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ଏଠାରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ, ବଗଗହଣରେ ପକ୍ଷୀଙ୍କ କଳରବ, ନଦୀ କୂଳରେ ବଉଳା କୁମ୍ବୀର ଶୋଇଥିବାର ଦୃଶ୍ୟ ଓ ବିଶେଷକରି ଏହାର ପ୍ରାକୃତିକ ସୌନ୍ଦର୍ୟ୍ୟ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରିଥାଏ।