ଓଡିଆନ୍ ନ୍ୟୁଜ

159

ଫ୍ୟାଶନରେ ଫୁଲମାଳ

Team Odian News |

ଫ୍ୟାଶନରେ ଫୁଲମାଳ... ବାହାଘର, ବ୍ରତ ହେଉ ବା ଯେକୋଣସି ପୂଜା ପର୍ବ ସବୁଥିରେ ଫୁଲମାଳ ବା ଗଜରାର ଚାହିଦା ରହିଥାଏ । ମହିଳା ହୁଅନ୍ତୁ ବା ଯୁବତୀ ସମସ୍ତଙ୍କ ପାଖରେ ଏହାର କ୍ରେଜ ରହିଥାଏ । ଖୋସାକୁ ହାଇଲାଇଟ୍ କରିବା ପାଇଁ ଫୁଲର ଚାହିଦା ବଢିବାରେ ଲାଗିଛି... ହେଭି ଫୁଲମାଳ- ଏହା ସମ୍ପୂର୍ଣ୍ଣ ଭାବେ ଖୋସାକୁ ଘୋଡାଇବା ସହ ଗ୍ଲାମରର୍ସ ଲୁକ୍ ଦେଇଥାଏ । ଆପଣ ଏହାକୁ ପାରମ୍ପରିକ ପୋଷାକ ସହ କ୍ୟାରି କରି ସମସ୍ତଙ୍କ ଦୃଷ୍ଟି ଆର୍କଷଣ କରିପାରିବେ । କାଞ୍ଜିବରମ୍ ଓ ବନାରସୀ ଶାଢୀ ସହିତ ହେଭି ଗଜରା ପରଫେକ୍ଟ ଲୁକ୍ ଦେଇଥାଏ । ସାଇଡ୍ ପିନ୍ ଅପ୍ - କେଶରେ ଏପରି ହେୟାରଷ୍ଟାଇଲ୍ ଡିଜାଇନ୍ ପାଇଁ କେଶ ଗୋଟିଏ ପାଶ୍ୱର୍ରେ ରହିଥାଏ ଓ ପରେ ଉପର ପାଶ୍ୱର୍ରେ କାନ ପଛପଟର କେଶରେ ଫୁଲମାଳକୁ ଅଧାରୁ ମୋଡି କରି ପିନ୍ ଅପ୍ କରାଯାଏ । ଏହି ଷ୍ଟାଇଲ୍ ଭଲ ମାନିବା ସହ ଗର୍ଜିଅସ୍ ଲୁକ୍ ମଧ୍ୟ ଦେଇଥାଏ । ହାଫ୍ ମୁନ୍ - ଟ୍ରାଡିସନାଲ୍ ଓ ସେମି ଟ୍ରାଡିସନାଲ୍ ପୋଷାକ ସହ ଏହା ଭଲ ଲାଗେ । କେଶରେ ଏକ ଷ୍ଟାଇଲିସ୍ ବନ୍ କରି ଏହାର ତଳ ଭାଗରେ ଅର୍ଦ୍ଧ ଚନ୍ଦ୍ରାକୃତିରେ ଫୁଲମାଳ ଲଗାନ୍ତୁ , ଏହା ବନକୁ ଏକ କ୍ଲାସି ଲୁକ୍ ଦେବ । ୱେବ୍ ବା ଜାଲ- ଏପରି ଷ୍ଟାଇଲ୍ ପାଇଁ କେଶରେ ଆବଶ୍ୟକ ଏକ ସିମ୍ପଲ୍ ବନ୍ ଓ ଏହି ସିମ୍ପଲ୍ ବନ୍ ଉପରେ ଜାଲ ସଦୃଶ ଫୁଲମାଳକୁ ଚାରିପଟେ ବିଛାଇଲା ପରି ଲଗାନ୍ତୁ । ଏହା ସିମ୍ପଲ୍ ହେଲେ ମଧ୍ୟ ଏକ ୟୁନିକ୍ ଲୁକ୍ ଦେଇଥାଏ । ମଲ୍ଟି କଲ୍ର ଫୁଲ- ବିଭିନ୍ନ ପ୍ରକାର ଫୁଲରେ ତିଆରି ହୋଇଥାଏ ଏହି ଫୁଲମାଳ । ଖାସ୍ କରି ଗେଣ୍ଡୁ,ଗୋଲାପ ଓ ମଲ୍ଲି ଫୁଲର ମିଶ୍ରଣରେ ତିଆରି କରାଯାଇଥାଏ । ଏହାକୁ ସବୁ ପ୍ରକାରର ଆଉଟ୍ ଫିଟ୍ ସହ କ୍ୟାରି କରିପାରିବେ । ପିଙ୍କ୍ ଅର୍କିଡ - ଏଥିରେ ମଲ୍ଲି ଫୁଲର ବ୍ୟବହାର ହୋଇଥାଏ, ଆଉ ଏହାକୁ ବନ୍ ଚାରିପଟେ ଗୁଡାଇ କ୍ୟାରି କରାଯାଏ । ଏହାକୁ କନ୍ୟା ବ୍ୟତୀତ ତାଙ୍କ ସାଙ୍ଗମାନେ ମଧ୍ୟ କେଶରେ ଲଗାଇପାରିବେ । ଏହା ଅଲ୍ଟାଇମ୍ ଫ୍ୟାଶନରେ ଥାଏ ଓ ଗର୍ଜିଅସ୍ ଲୁକ୍ ମଧ୍ୟ ଦିଏ । ଟି ଡ୍ରପ୍ - ଏଥିପାଇଁ ହାଇବନ୍ କରି ସେଥିରେ ଫୁଲମାଳକୁ ଏଭଳି ଲଗାଯାଏ, ଯେମିତି ଏହାର ଉପରି ଭାଗ ବହୁତ ହେଭି ଓ ତଳଭାଗ ବହୁତ ସ୍ଲିମ୍ ଦେଖାଯିବ । ଏଭଳି ଫୁଲମାଳରେ ହ୍ୱାଇଟ୍ ଓ କ୍ରିମ୍ ରଙ୍ଗର ଫୁଲ୍ ବ୍ୟବହାର କରାଯାଇଥାଏ । ଏହି ଷ୍ଟାଇଲ କ୍ୟାରି କରିବା ସମୟରେ ହାଲ୍କା ଆଉଟ ଫିଟ୍ ବ୍ୟବହାର କରନ୍ତୁ କାରଣ ଏଥିରେ ସେଣ୍ଟର ଅଫ୍ ଆଟ୍ରାକସନ ଫୁଲମାଳ ହିଁ ରହିଥାଏ । କଲର ଫୁଲ୍ - ପାରମ୍ପରିକ ଭାବେ ଧଳା ଫୁଲମାଳର ବ୍ୟବହାର ନ କରି ଡ୍ରେସ୍ ବା ଶାଢି ମ୍ୟାଚିଙ୍ଗ କଲ୍ରର ଫୁଲରେ ଗଜରା ପ୍ରସ୍ତୁତ କରି ସୁନ୍ଦର ହେୟାର ଷ୍ଟାଇଲ୍ ତିଆରି କରିପାରିବେ । ଇନ୍ଭର୍ଟେଡ୍ – ନବ ବିବାହିତା କନ୍ୟା ଏହାକୁ ନିଜର ୱେଡିଙ୍ଗ୍ ରିସେପସନ୍ରେ ଟ୍ରାଏ କରିପାରିବେ । ଏଥିପାଇଁ ଫୁଲମାଳକୁ ଅନେକ ଥର ଫୋଲ୍ଡ କରି ବନର ତଳ ଭାଗରେ ପିନ ଅପ୍ କଲା ପରେ ଏହାର ପ୍ରତିଟି ଭାଗକୁ ଉପରକୁ ଟେକି ବନ୍ର ଉପରି ଭାଗରେ ପିନ୍ ଅପ୍ କରାଯାଏ । ନର୍ମାଲ ଠାରୁ ଆରମ୍ଭ କରି ଅଫ୍ ସୋଲ୍ଡର ଭଳି ଫ୍ୟାନ୍ସି ଗାଉନ୍ ପରିଧାନ କରି କେଶରେ ଏହି ଷ୍ଟାଇଲରେ ଫୁଲମାଳ ଲଗାଇପାରିବ । ଲେହେଙ୍ଗା ଓ ପାକିସ୍ଥାନୀ ସୁଟ୍ ସହିତ ମଧ୍ୟ ଇନ୍ଭର୍ଟେଡ୍ ଷ୍ଟାଇଲ ଗଜରା ବହୁତ ଭଲ ମାନିଥାଏ ।